
ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ର ଦ୍ୱିତୀୟ ଦିନରେ ଚମତ୍କାର ଭାବେ ଖେଳିଛନ୍ତି ଭାରତୀୟ ଖେଳାଳି ।ଇଭେଣ୍ଟ ର ଦ୍ୱିତୀୟ ଦିନରେ ଭାରତ ହାତେଇଛି ଦୁଇଟି ପଦକ ।ମହିଳା ଶୁଟିଂ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି ଭାରତ।ଅବନୀ ଲେଖରା ସ୍ୱର୍ଣ୍ଣ ଜିତି ଥିବାବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ବିଜୟୀ ହୋଇ ଭାରତ ପାଇଁ ଗୌରବ ଆଣିଛନ୍ତି ।
ପ୍ୟାରିସ୍ ପାରାଲିମ୍ପିକ୍ସର ପଦକ ତାଲିକାରେ ୧୦ମ ସ୍ଥାନରେ ରହିଛି ଭାରତ । ଅବନୀ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ।ତାଙ୍କ ପୂର୍ବରୁ କୌଣସି ମହିଳା ଆଥଲେଟ ଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ଜିତିନଥିଲେ।ପିଲାଦିନରେ ସଡ଼କ ଦୁର୍ଘଟଣା ପରେ ଭିନ୍ନକ୍ଷମ ହୋଇ ଯାଇଥିଲେ ଅବନୀ। ପ୍ୟାରିସ ପର୍ଯ୍ୟନ୍ତ ତାଙ୍କର ଏ ଯାତ୍ରାକୁ ଭାରତବାସୀ ବେଶ ପ୍ରଶଂସା କରିବା ସହ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଛନ୍ତି ।