UTKAL PRATIDIN

ତାପମାତ୍ରା ବୃଦ୍ଧି ଅକାଳ ମୃତ୍ୟୁର କାରଣ

ଉତ୍କଟ ରୂପ ନେଲାଣି ଜଳବାୟୁ ପରିବର୍ତ୍ତନ। ମାନବିକ ତ୍ରୁଟି ପାଇଁ ଦିନକୁ ଦିନ ଯେଉଁପରି ଜଳବାୟୁରେ ପରିବର୍ତ୍ତନ ଘଟୁଛି ତାହା ବିପଦ ସଙ୍କେତ। ଏହିପରି ଯଦି ବିଶ୍ୱ ତାପମାତ୍ରା ଆଉ ଦୁଇ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟେ ତେବେ ପରବର୍ତ୍ତୀ ଶତାବ୍ଦୀରେ ପ୍ରାୟ ଶହେ କୋଟି ଲୋକଙ୍କର ଅକାଳ ବିୟୋଗ ଘଟିବ।

କାନାଡ଼ାର ୱେଷ୍ଟର୍ଣ୍ଣ ଓଣ୍ଟାରିଓ ବିଶ୍ୱବିଦ୍ୟାଳୟର ଏକ ଅନୁଧ୍ୟାନ କରିଛି। ଜର୍ଣ୍ଣାଲ୍ ଏନର୍ଜିଜରେ ଏହି ଅନୁଧ୍ୟାନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଯଥା ସମ୍ଭବ ଜୀବନ ରକ୍ଷା ପାଇଁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଉ। ନଚେତ୍ ଯଦି ୨୧୦୦ ମସିହା ସୁଦ୍ଧା ବିଶ୍ୱ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟିଗଲା ତେବେ ଅକାଳରେ ୧୦୦ କୋଟି ଲୋକଙ୍କର ଜୀବନ ଚାଲିଯିବ।

ତୈଳ ଓ ଗ୍ୟାସ ଶିଳ୍ପରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୦%ରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି। ଏହି ନିର୍ଗମନ ମୁଖ୍ୟତଃ ଅପହଞ୍ଚ ଅଞ୍ଚଳରେ ରହୁଥିବା କୋଟି କୋଟି ସ୍ୱଳ୍ପ ସମ୍ୱଳ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ଏହାର ପ୍ରଭାବ ବିଶେଷ କରି କୋମଳମତି ଶିଶୁଙ୍କ ଉପରେ ପଡିଥାଏ, ଯାହା ବାସ୍ତବରେ ଭୟାନକ ବୋଲି ଅଧ୍ୟୟନର ମୁଖ୍ୟ ଲେଖକ କହିଛନ୍ତି। ୧୮୦ରୁ ଅଧିକ ସାଇଣ୍ଟିଫିକ୍ ଲିଟେରଚର୍ ଆର୍ଟିକିଲ୍ ସମୀକ୍ଷା କରି ଏପରି ତଥ୍ୟ ଦେଇଛନ୍ତି ଅନୁଧ୍ୟାନକାରୀ। ଅନୁଧ୍ୟାନନକାରୀ ଟିମ୍ କାର୍ବନ ନିଗମନ ଉପରେ ମୃତ୍ୟରୁ ଲିଙ୍କ୍ ଉପରେ ସମୀକ୍ଷା କରିଥିଲେ। ‘୧,୦୦୦ ଟନ୍ ରୁଲ୍’ ଉପରେ ଅଧ୍ୟୟନ କରିଛନ୍ତି ଅନୁସନ୍ଧାନକାରୀ। ଏହି ରୁଲରୁ ଜଣାଗଲା ଯେ, ପ୍ରତି ୧,୦୦୦ ଟନ୍ ଜୀବାଶ୍ମ କାର୍ବନ ଜଳିବା ଦ୍ୱାରା ଭବିଷ୍ୟତରେ ଜଣେ ବ୍ୟକ୍ତିଙ୍କ ଅକାଳ ବିୟୋଗ ଘଟିବାର ସମ୍ଭାବନା ରହିଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୈଜ୍ଞାନିକ। ଏହିପରି ଯଦି ଲଗାତାର ଭାବେ ଜାରି ରହେ ତେବେ ପରବର୍ତ୍ତୀ ଶତାବ୍ଦୀ ମଧ୍ୟରେ ଗ୍ଲୋବାଲ୍ ୱାର୍ମିଂ ୧୦୦ କୋଟି ଲୋକଙ୍କ ଜୀବନ ନେଇଯିବ ବୋଲି କହିଛନ୍ତି।

Exit mobile version