UTKAL PRATIDIN

ଏହି ସିନେମାରେ ହିରୋ ନୁହେଁ ଭିଲିଆନ ରୂପରେ ନଜର ଆସିବେ ଅର୍ଜୁନ କପୁର

ବଲିଉଡ୍‌ର ଜଣେ ଜଣାଶୁଣା ଆଗ ଧାଡିର ଅଭିନେତା ହେଉଛନ୍ତି ଅର୍ଜୁନ କପୁର । ତାଙ୍କୁ ଶେଷ ଥର ପାଇଁ ‘ଏକ ଥା ଭିଲେନ୍ ରିଟର୍ନସ୍’ରେ ଦେଖିବାକୁ ମିଳିଥିଲା । ଏବେ ଅଭିନେତାଙ୍କୁ ଏକ ନୂଆ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ ଅର୍ଜୁନ କପୁରଙ୍କୁ ରୋହିତ ଶେଟ୍ଟୀଙ୍କ ଆଗାମୀ ସିନେମା ‘ସିଙ୍ଘମ୍‌ ଅଗେନ’ ରେ ଦେଖିବାକୁ ମିଳିବେ।

ଅଜୟ ଦେବଗନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସିଙ୍ଘମ ଅଗେନ’ରେ ନଜର ଆସିବାକୁ ଯାଉଛନ୍ତି ପ୍ରତିକ୍ଷିତ କଳାକାର ଅର୍ଜୁନ କପୁର । ହେଲେ ନିର୍ମାତା ଏପର୍ଯ୍ୟନ୍ତ ଏହାକୁ ଅଫିସିଆଲ ଭାବରେ ପ୍ରକାଶ କରିନାହାଁନ୍ତି । କିନ୍ତୁ ଖବର ଆସୁଛି ଯେ ଅର୍ଜୁନଙ୍କୁ ଏହି ଫିଲ୍ମରେ ଭିଲେନ ଭୂମିକାରେ ଦେଖିବାକୁ ମିଳିବ। ସୂଚନା ଅନୁସାରେ ଦୀପିକା ଫିଲ୍ମର ଫାଷ୍ଟ ଲେଡି ସିଙ୍ଘମ ହେବେ । ସେ ଏହି ଚଳଚ୍ଚିତ୍ରରେ ଅଜୟଙ୍କ ଭଉଣୀ ଭୂମିକାରେ ଅଭିନୟ କରିବେ ।

ଏହା ଛଡ଼ା ‘ସିଙ୍ଘମ ଅଗେନ ‘ ନିର୍ମାତାମାନେ ଫିଲ୍ମଟିର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିସାରିଛନ୍ତି । ଫିଲ୍ମଟି ଆଗାମୀ ବର୍ଷ ଅର୍ଥାତ ୨୦୨୪ ମସିହା ଅଗଷ୍ଟ ୧୫ ରେ ରିଲିଜ କରାଯିବ l ଏହି ଦିନ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କ ପୁଷ୍ପା ୨: ଦି ରୁଲ୍‌ ମଧ୍ୟ ରିଲିଜ ହେବ l ତେଣୁ ଏହାରି ସହିତ ମୁକ୍ତିଲାଭ କରିବ ସିଙ୍ଘମ ଅଗେନ । ତେଣୁ ଏଭଳି ପରିସ୍ଥିତିରେ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

Exit mobile version