ମୟୁରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ବିପୁଳ ପରିମାଣର ସୁନା ଜବତ କରିଛି ଜିଏସଟି ବିଭାଗ ।ଗାଡ଼ିରେ ପ୍ରାୟ ୨୦ କେଜିରୁ ଊର୍ଦ୍ଧ୍ୱ ସୁନା ଥିବା ଜଣାଯାଇଛି। ସୁନା କେଉଁଠୁ ଆସୁଥିଲା ଓ କାହା ପାଖକୁ ଯାଉଥିଲା ତାହାର ଛାନଭିନ୍ ଚାଲିଥିବା ବେଳେ ସୁନା ଆଣିଥିବା ଲଜିଷ୍ଟିକ୍ କମ୍ପାନୀର ଦୁଇ କର୍ମଚାରୀ ଅଟକ ଅଛନ୍ତି ।ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି ଜିଏସଟି ଟିମ୍ ।
ରାତି ଅଧରେ ୨୦ କେଜି ସୁନା ସହ ଗାଡ଼ି ଜବତ, ୨ ଅଟକ

