ନୂଆଦିଲ୍ଲୀ: ଚା’କପରୁ ସକାଳ ଆରମ୍ଭ କରନ୍ତି ଭାରତୀୟ । ବିନା ଚା’ରେ ସବୁ ଅଧୁରା ଅଧୁରା ଲଗେ । କପେ ଚା’ ହୋଇଗଲେ ସତେ ଯେମିତି ଇନ୍ଧନ ମିଳିଗଲା । ଚା’ ପିଇବାକୁ ନେଇ ଭରାତୀୟଙ୍କ ପାଖରେ ଏପରି ଦୁର୍ବଳତା ଦେଖିବାକୁ ମିଳେ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଚା’କୁ ନେଇ ମଧ୍ୟ ଅନେକ ପରମ୍ପରା ରହିଛି । ଏମିତି ଏକ ଦେଶ ରହିଛି ଯେଉଁଠି ଚା’ର ମିଠାର ପରିମାଣକୁ ନେଇ ବିବାହ ସ୍ଥିର କରାଯାଏ ।
ଆଜରବାଇଜାନରେ, ଯେଉଁଠି ଚା’ର ମିଠା ଉପରେ ନିର୍ଭର କରେ ବିବାହ ହେବ କି ନାହିଁ। ଚା’ର ସ୍ବାଦ କହିବ ଯେ ଜଣେ ପୁରୁଷ ତାଙ୍କ ପସନ୍ଦର ମହିଳାଙ୍କ ପାଇଁ କେତେ ଠିକ୍। ପ୍ରଥମେ ପୁରୁଷର ବାପାମାଆ ଝିଅ ଘରକୁ ବିବାହ ପ୍ରସ୍ତାପ ଦେଇଥାନ୍ତି । ଏହାପରେ ପୁଅ ଘରର ଲୋକ ଝିଅ ଘରକୁ ଯାଇଥାନ୍ତି, ସେଠାରେ ଝିଅର ବାପାମାଆ ତାଙ୍କୁ ‘ଶିରିନ ଚା’ ନାମକ ମିଠା ଚା’ ପିଇବାକୁ ଦେଇଥାନ୍ତି। ଏହାର ଅର୍ଥ ହେଉଛି ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ। ଆଉ ଯଦି ସେ ପ୍ରକାର ପ୍ରକ୍ରିୟା କରନ୍ତି ନାହିଁ, ତେବେ ବିବାହ ଆଲୋଚନା ଆଗକୁ ବଢ଼େ ନାହିଁ। ଅର୍ଥାତ ବିବାହ ଭାଙ୍ଗିଯାଏ ।
ଏତ ଥିଲା ଚା’କୁ ନେଇ ପରମ୍ପରା । ହେଲେ ଚା’ କେଉଁଠାରୁ ପ୍ରଥମେ ଆବିସ୍କାର ହୋଇଥିଲା ଏହାକୁ ନେଇ ମଧ୍ୟ ବିବାଦ ରହିଛି । କୁହାଯାଏ ଯେ ଚା’ର ଆବିଷ୍କାର ଚାଇନାରୁ ହୋଇଥିଲା। ଚାଇନାର ଶାସକ ସେନ ନୁଙ୍ଗଙ୍କୁ ଏହାର ଉଦ୍ଭାବନର ଶ୍ରେୟ ଦିଆଯାଏ। ତଥାପି, ଏହା ଏକ ଉଦ୍ଦେଶ୍ୟମୂଳକ ଆବିଷ୍କାର ନ ଥିଲା ବରଂ ଏକ ଆକସ୍ମିକ ଆବିଷ୍କାର ଥିଲା। ଏହା ପ୍ରାୟ ୪୮୦୦ ବର୍ଷ ପୂର୍ବେ, ଅର୍ଥାତ ୨୭୩୨ ଖ୍ରୀଷ୍ଟପୂର୍ବର କଥା। ଏହା ପରେ ହିଁ ଲୋକମାନେ ଚା’କୁ ପାନୀୟ ଭାବରେ ଜାଣିବାକୁ ପାଇଲେ।