Site icon UTKAL PRATIDIN

୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପରେ ଥରିଲା ଦେଶ, ଜାଣନ୍ତୁ କେଉଁଠି

୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପରେ ଥରିଲା ଦେଶ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ସ୍ଥାନରେ ଭୂକମ୍ପ ଘଟୁଛି | ଭୂକମ୍ପ କାରଣରୁ ଘଟୁଥିବା ବିନାଶକୁ ମଧ୍ୟ ଲୋକମାନେ ଅତି ନିକଟରୁ ଦେଖିଛନ୍ତି । ନିକଟରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏଠାରେ ଘଟିଥିବା ଭୂକମ୍ପ ଦିନକୁ ଥରେ କିମ୍ବା ଦୁଇଥର ରେକର୍ଡ କରାଯାଇଥିଲା । 

କିନ୍ତୁ ପୃଥିବିରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଗତ ୨୪ ଘଣ୍ଟାରେ ୧୦୦୦ରୁ ଅଧିକ ଥର ଭୂକମ୍ପ ଘଟିଛି । ବର୍ତ୍ତମାନ ଏହି କାରଣରୁ ଏଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଅଛି, ଯାହା ବ୍ଲୁ ଲାଗୁନ୍ ଭାବରେ ଜଣାଶୁଣା | ଏହି ସ୍ଥାନକୁ ୧୬ ନଭେମ୍ବର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି | ଆଇସଲ୍ୟାଣ୍ଡର ପାଣିପାଗ ବିଭାଗ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାକଜେନ୍ସ ଉପଦ୍ୱୀପ ଅଞ୍ଚଳରେ ପ୍ରାୟ ୧୪୦୦ ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି । 

ଏଥିମଧ୍ୟରୁ ସାତଟି ଭୂକମ୍ପ ଏପରି ଥିଲା ଯେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଚାରି କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି । ଭୂକମ୍ପ ଘଟିଥିବା ଅଞ୍ଚଳରେ ବ୍ଲୁ ଲାଗୁନ୍ ମଧ୍ୟ ଆସୁଥିବାରୁ ସେହି ସ୍ଥାନକୁ ଆଲର୍ଟ କରାଯାଇଛି । ରାଜଧାନୀ ରେକଜାଭିକଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏବଂ ଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ୧୭୩୦ ଜିଏମ୍‌ଟି‌େରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ଘରର ଝରକା ଏବଂ ସାମଗ୍ରୀ ଏପଟସେପଟ୍‌ ହୋଇ ଯାଇଥିଲା। ପ୍ରାଥମିକ ଆଇଏମଓର ଆକଳନ ଅନୁଯାୟୀ, ଏହି ବଡ଼ ଭୂକମ୍ପ ୫.୨ ମ୍ୟାଗ୍ନିଚ୍ୟୁଡର ଥିଲା।

Exit mobile version