Site icon UTKAL PRATIDIN

ଘରେ ଶୁଆ ରଖିଲେ ଶୁଭ ନା ଅଶୁଭ, ଜାଣନ୍ତୁ ବାସ୍ତୁ ଟିପ୍ସ

parrot

ଭୁବନେଶ୍ଵର: ଅନେକ ଲୋକ ଘରେ ଜୀବଜନ୍ତୁ ରଖିବାକୁ ପସନ୍ଦ କରିଥାନ୍ତି। ଲୋକେ ଘରେ କୁକୁର, ବିଲେଇ ଓ ପକ୍ଷୀ ରଖିବାକୁ ପସନ୍ଦ କରିଥାନ୍ତି। ଆମ ଭିତରୁ ଅନେକ ଲୋକ ଘରେ ପିଞ୍ଜରାରେ ଶୁଆ କିମ୍ବା ଶାରୀ ରଖିବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଶୁଆ ଶାରୀଙ୍କ ଫଟୋକୁ ମଧ୍ୟ ଘର ସଜାଇବାକୁ ପସନ୍ଦ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ରରେ ଘରେ ଶୁଆ କିମ୍ବା ଫଟୋ ରଖିଲେ କ’ଣ ପ୍ରଭାବ ପଡ଼ିଥାଏ ସେ ନେଇ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ଘରେ ଶୁଆ ରଖିବାକୁ ନେଇ କ’ଣ କହୁଛି ବାସ୍ତୁ।

ବାସ୍ତୁ ଅନୁସାରେ ଘରେ ଶୁଆ ରଖିଲେ ତାହା ନକରାତ୍ମକ ପ୍ରଭାବ ପକାଇଥାଏ। ପିଞ୍ଜରାରେ ଶୁଆ ରଖିବା ଆଦୌ ଶୁଭ ହୋଇନଥାଏ। କିନ୍ତୁ ଶୁଆର ଫଟୋ ଘରେ ରଖିବା ଶୁଭଦାୟକ ହୋଇଥାଏ। ତେବେ ଘରର ବିଭିନ୍ନ ସ୍ଥାନରେ ଶୁଆର ଫଟୋ ରଖିବା ଘର ଉପରେ ଅଲଗା ପ୍ରଭାବ ପକାଇଥାଏ।ବାସ୍ତୁ ଅନୁସାରେ ଶୁଆର ଫଟୋ ପିଲାଙ୍କ ପଢ଼ାଘରେ ରଖିଲେ ପାଠପଢ଼ାରେ ପିଲାର ମନ  ଲାଗିଥାଏ। ଶୋଇବା ଘରେ ଲଗାଇଲେ ଏହା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବାକୁ ବଢ଼ାଇଥାଏ ବୋଲି ବାସ୍ତୁ ଅନୁସାରେ ଲୋକେ ବିଶ୍ୱାସ କରନ୍ତି।

ଘରର ଡ୍ରଇିଂରୁମ୍‌ରେ ଶୁଆର ଫଟୋ ରଖିବାକୁ ଚାହୁଁଥିଲେ ତାହା ଘରର ଉତ୍ତର କୋଣରେ ଲଗାନ୍ତୁ। ରଙ୍ଗ ବେରଙ୍ଗର ଶୁଆର ଫଟୋ ଘରେ ଲଗାଇଲେ ବାସ୍ତୁ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ। କୁହାଯାଏ ପିଞ୍ଜରାରେ ଶୁଆକୁ ରଖିଲେ ତାର ସ୍ୱାଧୀନତା କମି ଯାଇଥାଏ। ଯେଉଁଥିପାଇଁ ସେ ସାଧାରଣତଃ ଖୁସି ନଥାଏ। ଯାହାର ନକରାତ୍ମକ ପ୍ରଭାବ ଘର ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି।

Exit mobile version