Site icon UTKAL PRATIDIN

ସମ୍ଭାବ୍ୟ ବାତ୍ୟାକୁ ନେଇ IMD DGଙ୍କ ସୂଚନା…

IMG_20230922_142452

ଭୁବନେଶ୍ୱର : IMD DGଙ୍କର ପୂର୍ବ ସୂଚନା ମୁତାବକ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଚଳିତ ମାସ ଶେଷ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ଆଗାମୀ ମାସ ଅର୍ଥାତ ଅକ୍ଟୋବର ଆରମ୍ଭ ବେଳକୁ ଲଘୁଚାପରେ ପରିଣତ ହୋଇ ଅବପାତର ରୂପ ନେଇପାରେ ବୋଲି ସୂଚନା ମିଳିଛି । ଯାହାର ସ୍ପଷ୍ଟ ଚିତ୍ର ଆଗକୁ ଲଘୁଚାପରେ ପରିଣତ ହେଲେ ହିଁ ଜଣା ପଡ଼ିବ ଯାହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ବୋଲି IMDର ମଡେଲ କହୁଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଏପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରି ନାହିଁ IMD l ଅଯଥା ଗୁଜବ ଓ ଅପପ୍ରଚାର ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି IMD ପକ୍ଷରୁ ସୂଚନା ମିଳିଛି । IMD DG ଙ୍କ ସୂଚନା ମୁତାବକ ୧୦ଟି ମଡେଲ ମଧ୍ୟରୁ ଗୋଟିଏ ମଡେଲ ହିଁ ବାତ୍ୟା ହେବାର ଦର୍ଶାଉଛି, କିନ୍ତୁ ଏହା ଅବପାତର ରୂପ ନେଇପାରେ । ଏବେ ବହୁତ୍ ଜଲଦି ବାତ୍ୟାର ଅନୁମାନ ଲଗାଇବା ଅବା ବାତ୍ୟା କଥା କହିବା ଭୁଲ୍ ହେବ । IMD ଏହା ଉପରେ ଯଥେଷ୍ଟ ନଜର ରଖିଛି । ଏହା ସତ ଯେ, ଅକ୍ଟୋବର ମାସ ଏକ ବାତ୍ୟା ପ୍ରବଣ ମାସ । ତେଣୁ ଆମେ ଏହା ଉପରେ ନଜର ରଖିଛୁ । ବର୍ତ୍ତମାନ ଆମେ ବାତ୍ୟା ନେଇ କୌଣସି ସୂଚନା ଦେଇନାହୁଁ ବୋଲି IMD ପକ୍ଷରୁ କୁହାଯାଇଛି l

Exit mobile version