Site icon UTKAL PRATIDIN

ଅଣଦେଖାରେ ଖୋଦ ସରକାରଙ୍କ ନିଜ ଜିଲ୍ଲା

1719913307_mohan-charan-majhi

ରାଜ୍ୟର ବିକାଶକୁ ଆହୁରି ଦ୍ୱିଗୁଣିତ କରିଥାଏ ଖଣିଜ ସଂପଦ ।ଯାହା ଦ୍ୱାରା ରାଜ୍ୟର ଅନେକ ଲୋକ ମଧ୍ୟ ନିର୍ଭରଶୀଳ ହୋଇଥାନ୍ତି ।କିନ୍ତୁ ମୋହନ ସରକାର ସମୟରେ ରାଜ୍ୟ ବିକାଶର ଗ୍ରାଫ ସମ୍ପୂର୍ଣ ଓଲଟି ଯାଇଛି ।କେନ୍ଦୁଝର ଜିଲ୍ଲାର ଖଣି ରାଜସ୍ବର ରାଜକୋଷ ସମୃଦ୍ଧ ହେଉଛି ।କିନ୍ତୁ ଦୁଃଖର ବିଷୟ ଧନୀ ଜିଲ୍ଲା ଭାବେ ନାଁ କମେଇଥିବା କେନ୍ଦୁଝର ଜିଲ୍ଲାର ବିକଳ ଚିତ୍ର ରାଜ୍ୟବାସୀଙ୍କୁ ବିକଳିତ ଚିତ୍ର ରାଜ୍ୟବାସୀଙ୍କୁ ବିଚଳିତ କରିଛି ।

କେଉଁଝର ଜିଲା ଖଣି ପୂର୍ଣ୍ଣ ହୋଇଥବା ବେଳେ ଲୋକଙ୍କୁ ଯେମିତି ସୁବିଧା ମିଳିବ କଥା ତାହା ମିଳିପାରୁନି । ଆଜି ବି ପଛୁଆ ଜ଼ିଲ୍ଲା ଭଳି ଅନୁଭବ ହେଉଛି ଏହି କେଉଁଝର । ଜିଲ୍ଲାରେ ମୋଟା ୮୦ପ୍ରତିଶତ ଲୋକ ରତ୍ନ କାର୍ଡ ଉପରେ ନିର୍ଭରଶୀଳ ।ଏବେ ପୁଣି ୧୦ହଜାର ଲୋକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ।ମୋହନ ସରକାର ସମୟରେ ଗରିବୀ କମିବା ବଦଳରେ ବଢ଼ିବାରେ ଲାଗିଛି ।

ଯାହା ରାଜ୍ୟ ବିକାଶକୁ ଉପହାସ କରୁଛି ।ସବୁଠାରୁ ବଡ ଆଶ୍ଚର୍ଯ୍ୟକର କଥା ଯାହା ରାଜ୍ୟବାସୀଙ୍କୁ ବିଚଳିତ କରୁଛି ସରକାର ଆସିବାର ୩ମାସ ବିତିଗଲାଣି ସରକାରଙ୍କର ଖୋଦ ନିଜ ଜିଲ୍ଲା କେଉଁଝର ।କିନ୍ତୁ ଦୁଃଖର ବିଷୟ କେଉଁଝର ବାସୀଙ୍କ ଜୀବନ ଜୀବିକାରେ ଆସିପାରୁନି ଉନ୍ନତି ।ଏବେବି ଦୁଃଖ ଦୂରଦିନ ରେ ଦିନ କାଟୁଛନ୍ତି କେଉଁଝରବାସୀ। ମୋହନ ମାଝୀ ୪ଥର ବିଧାୟକ ହେଲେ ପୁଣି ଏବେ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲେ ।କିନ୍ତୁ କେଉଁଝର ବାସୀଙ୍କୁ ଜୀବନରେ ପରିବର୍ତନ ଆସିଲା ନାହିଁ ।

ଯାହାକୁ ନେଇ ଜନ ସାଧାରଣରେ ଅସନ୍ତୋଷ ଜୋର ଧରିଛି ।ମୋହନ ମାଝୀଙ୍କ ସାଶନ ଉପରେ ଏହା ବଡ ପ୍ରଶ୍ନ ମଧ୍ୟ ଉଠେଇଚି । ନିଜ ଜ଼ିଲ୍ଲାରେ ଏତେ ଖଣିଜ ସମ୍ପଦ ଥିବା ସତ୍ୱେ ତାହା ଲୋକମାନଙ୍କ ପାଇଁ କାହିଁକି ସୁବିଧା ଓ ଆର୍ଥିକ ବିକାଶ ପାଇଁ ବାଟ ସୃଷ୍ଟି କରିପାରୁନି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Exit mobile version