
ଭୁବନେଶ୍ୱର: ତୁମେ ଆଳୁ ଦେଲନି, ଆମେ ଅଣ୍ଡା ଦେବୁନି | ମାଛ, ପରିବା ବି ଦେବୁନି | ତୁମେ ଟ୍ରକ ଛାଡ଼ୁନ, ଆମେ ବି ଛାଡ଼ିବୁନି | ଆମକୁ ହଇରାଣ କରୁଛ..ଏବେ ପରିଣାମ ଭୋଗିବ | ଏମିତି ଜିଦିରେ ଅଡ଼ି ବସିଛନ୍ତି ଓଡିଶା ବ୍ୟବସାୟୀ | ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ ପାନେ ଦେବା ପାଇଁ ଅଣ୍ଡା ମାଛ ଓ ପରିବା ଗାଡିକୁ ଅଟକାଇଛନ୍ତି | କଟକ ଜିଲ୍ଲା ସାମାଜିକ ସଂଗଠନ ପକ୍ଷରୁ ଏ ନେଇ ରାସ୍ତା ଅବରୋଧ କରା ଯାଇଥିଲା | ୧୬ ଓ ୫୫ ନମ୍ବର ଜାତୀୟ ରାଜପଥର ଟାଙ୍ଗି ଥାନା ମଙ୍ଗୁଳି ଛକରେ ଶହ ଶହ ଗାଡି ଅଟକି ରହିଥିଲା |
ଆଳୁକୁ ନେଇ ରାଜ୍ୟରେ ବଢୁଛି ବିବାଦ | ପଶ୍ଚିମବଙ୍ଗ ଆଳୁ ଗାଡି ନ ଛାଡିବା ପରେ ଓଡ଼ିଶାରେ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି | ଆଳୁ କେଜି ୬୦ ଛୁଇଁଲାଣି | ସବୁ ବର୍ଗର ଲୋକଙ୍କ ପାଇଁ ଆଳୁ ଏକ ଅତ୍ୟାବଶ୍ୟକ ପରିବା | ଏବେ ପରିବା ଦର ଆକାଶଛୁଆଁ ହୋଇଥିବାବେଳେ ଗରିବ ଲୋକଙ୍କ ପାଇଁ ଏକମାତ୍ର ଭରସା ଥିଲା ଆଳୁ | ଆଳୁ ଦର ବଢିବା ପରେ ଏବେ ଗରିବଙ୍କ ଭାତ ଥାଳିରୁ ତରକାରୀ ହଜି ଯାଉଛି |
ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ | ହେଲେ ଯୋଗାଇବାରେ ସଫଳ ହେଲେନି ସରକାର | ଏବେ ପଶ୍ଚିମବଙ୍ଗ ପୋଲିସ ଆଳୁ ଗାଡିକୁ ଗୋଡେଇ ଗୋଡେଇ ଅଟକାଉଛନ୍ତି | ଏହାକୁ ଦେଖିବା ପରେ ତାତିଛନ୍ତି ଓଡିଶା ବ୍ୟବସାୟୀ |
ଏବେ ଆଗକୁ ସ୍ଥିତି କଣ