Site icon UTKAL PRATIDIN

ଭୋଟର ତାଲିକାରେ ଅଛି କି ତ୍ରୁଟି ତେବେ କରିନିଅନ୍ତୁ ଏହି କାମ !

12

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଶୋଧିତ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ। ଜୁଲାଇ ୨୨ ତାରିଖଠାରୁ ଘରକୁ ଘରୁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୧୪୭ଟି ବିଧାନସଭା ମଣ୍ଡଳୀର ଭୋଟରଙ୍କ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ମୋଟ ୩୭,୬୦୭ ଜଣ ବୁଥସ୍ତରୀୟ ଅଧିକାରୀ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ଚିଠା ଭୋଟର ତାଲିକା ଅକ୍ଟୋବର ୧୭ତାରିଖରେ ପ୍ରକାଶ ପାଇବ। ଏହା ଉପରେ ଆପତ୍ତି ଅଭିଯୋଗ ଅକ୍ଟୋବର ୧୭ରୁ ନଭେମ୍ବର ୩୦ ମଧ୍ୟରେ ଶୁଣାଣି କରାଯିବ। ଡିସେମ୍ବର ୨୬ ତାରିଖ ସୁଦ୍ଧା ସମସ୍ତ ଅଭିଯୋଗର ସମାଧାନ କରାଯିବ ଓ ୨୦୨୪ ଜାନୁୟାରୀ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଯେଉଁମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଛି ସେମାନଙ୍କ ନାମକୁ ଯୋଗ କରିବା ସହ ଯାହାଙ୍କ ବୟସ ୨୦୨୩ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ବର୍ଷ ହୋଇଥିବ ସେମାନଙ୍କୁ ତାଲିକାଭୁକ୍ତ କରାଇବା, ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ନାଁ ବାଦ୍ ଦେବା ଓ ଭୋଟର ତାଲିକାରୁ ମୃତ ବ୍ୟକ୍ତିଙ୍କ ନାଁ ବାଦ୍ ଦେବା ପାଇଁ ଏହି ସର୍ଭେ କରାଯାଉଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କୁ ସହଯୋଗ କରି ସଠିକ୍ ତଥ୍ୟ ପ୍ରଦାନ କରିବେ।

Exit mobile version