ହରିଦ୍ୱାର: ‘ଋଣ ଜାଲରେ ଛନ୍ଦି ହୋଇ ପଡ଼ିଛି | ଏଥିରୁ ବାହାରିବାର ବାଟ ମିଳୁ ନାହିଁ | ଭାରି ବାଧୁଛି ଏ ଋଣ ବୋଝ | ଆଉ ସହି ହେଉନି | ଆଉ ସୁଧ ଦେଇ ପାରିବିନି | ସେଥିପାଇଁ ମୁଁ ଆଉ ମୋ ପତ୍ନୀ ମୋନା ବଵର ନେବାକୁ ଯାଉଛୁ ଏ ଚରମ ନିଷ୍ପତ୍ତି | ଆମେ ପତିପତ୍ନୀ ଜୀବନ ହାରିବାକୁ ଯାଉଛୁ | ଆମର କିଶନପୁରରେ ଥିବା ଘର ଓ ଦୋକାନ ଆମ ପିଲାମାନଙ୍କର | ଆମ ଦୁଇ ପିଲା ଆଇଙ୍କ ପାଖରେ ରହିବେ | ଆଉ କାହା ଉପରେ ଆମର ଭରସା ନାହିଁ | ସେମାନଙ୍କ ଜୀବନ ଆମେ ପତି ପତ୍ନୀ ତାଙ୍କହାତରେ ସମର୍ପି ଦେଉଛୁ | ଆମେ ଯେଉଁ ଜାଗାରୁ ସୁଇସାଇଡ କରିବୁ ତାହାର ଫୋଟୋ ପଠେଇବୁ |’
ଏଥିଲା ଋଣ ଚାପରେ ମାନସିକ ଭାରସାମ୍ୟ ହରାଇଥିବା ଏକ ଦମ୍ପତ୍ତିଙ୍କ ଶେଷ ଚିଠି | ଆଉ ତାପରେ ଶେଷ ସେଲ୍ଫି ନେଇ ଗଙ୍ଗାକୁ ଡେଇଁ ପଡିଥିଲେ ଏ ଦମ୍ପତ୍ତି | ଏମିତି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ |
ଉତ୍ତରପ୍ରଦେଶ ସହାରନପୁରର କିଷାନପୁରା ଅଂଚଳର ସୌରଭ ଏକ ଜୁଏଲାରୀ ଦୋକାନର ମାଲିକ | ପତ୍ନୀ ଓ ଦୁଇ ସନ୍ତାନକୁ ନେଇ ବେଶ ହସଖୁସିର ସଂସାର ଥିଲା | ହେଲେ ବ୍ୟାବସାୟିକ କ୍ଷତି ଭରଣା କରିବାକୁ ସୌରଭ ଋଣ କରିଥିଲେ | କୋଟି କୋଟି ଟଙ୍କାର ଋଣ | ତଥାପି ବ୍ୟବସାୟ ଭଲ ଚାଲି ନଥିଲା | ତେଣୁ ଏ ଋଣ ଭାରରୁ ବାହାରି ପାରି ନ ଥିଲେ | ଶେଷରେ ପତି-ପତ୍ନୀ ନେଇଥିଲେ ଚରମ ନିଷ୍ପତ୍ତି | ଉଭୟ ବାଇକରେ ୧୦୦ କିମି ଦୂର ହରିଦ୍ୱାର ଆସିଥିଲେ | ସେଠାରେ ଦୁହେଁ ସେଲ୍ଫି ନେଲେ | ସୁଇସାଇଡ ନୋଟ ବି ଲେଖିଲେ | ଉଭୟ ଫଟୋ ଆଉ ନୋଟକୁ ତାଙ୍କର ଜଣେ ସାଙ୍ଗ ପାଖକୁ whatsappରେ ପଠାଇଲେ | ପରିବାର ଲୋକଙ୍କୁ ଫୋନ କରି କଥା ବି ହୋଇଥିଲେ | ଆଉ ତା ପରେ ଗଙ୍ଗାକୁ ଡେଇଁ ପଡ଼ିଥିଲେ |
ମୃତ୍ୟୁ ପୂର୍ବରୁ ଦୁଇ ପିଲାଙ୍କୁ ଆଈଙ୍କ ଘରେ ଛାଡି ଆସିଥିଲେ | ସେତେବେଳେ କେହି ବି ସୁରାକ ପାଇ ଣ ଥିଲେ ଯେ ଏମାନେ ଏତେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି |ଏପଟେ ବାପାମାଙ୍କ ବାଟକୁ ଚାହିଁ ବସିଛନ୍ତି ଦୁଇ ନିରୀହ ପିଲା | ହେଲେ ବାପାମା ତା ଆଉ କେବେ ଫେରିବେନି, ଫେରିଲା ଏ ଶେଷ ସେଲ୍ଫି ଆଉ ଶେଷ ଚିଠି |ଯାହା ସେମାନଙ୍କ ପାଇଁ ଶେଷ ସ୍ମୃତି ହୋଇ ରହିବ …
ପୋଲିସ ସୌରଭଙ୍କ ଶବକୁ ଉଦ୍ଧର କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ହେଲେ ପତ୍ନୀଙ୍କ ଶବ ମିଳିନାହିଁ |