ନୂଆଦିଲ୍ଲୀ: ଭିନେଶ ଫୋଗାଟଙ୍କୁ ନେଇ ରାଜ୍ୟସଭାରେ ଆଜି ଜବରଦସ୍ତ ହଂଗାମା ହୋଇଯାଇଛି | ବିରୋଧୀ ଦଳ ନେତା ଖଡ଼ଗେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ | ହେଲେ ସଭାପତି ତାଙ୍କୁ ଅନୁମତି ଦେଇ ନଥିଲେ | ଯେତେବେଳେ ଟିଏମସି ସାଂସଦ ଡେରେକ ଓବ୍ରାୟନ ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରିବାକୁ ଚାହିଁଲେ, ସଭାପତି ଜଗଦୀପ ଧନଖଡ଼ ତାଙ୍କୁ ଚେତାବନୀ ଦେଇଥିଲେ | ସଭାପତି କହିଥିଲେ, ଯଦି ସେ ଏହି ହରକତ ଦୋହରାଇବେ ତେବେ ତାଙ୍କୁ ବାହାର୍ର ରାସ୍ତା ଦେଖାଇ ଦିଆଯିବ |
ସଭାପତି କହିଥିଲେ, ପୁରା ଦେଶ ଭିନେଶଙ୍କ ପାଇଁ ଦୁଃଖିତ | ଏହାର ରାଜନୀତିକରଣ କରନ୍ତୁ ନାହିଁ | ପଦକ ବିଜେତାଙ୍କୁ ଯାହା କିଛି ମିଳେ ଆମେ ସେ ସବୁ ତାଙ୍କୁ ଦେବୁ | ଆମେ ତାଙ୍କୁ ସବୁ ପ୍ରକାର ସହାୟତା ଦେବୁ | କିନ୍ତୁ, ଆପଣଙ୍କୁ ଅନୁରୋଧ, ଏହାର ରାଜନୀତିକରଣ କରନ୍ତୁ ନାହିଁ |
ସଭାପତିଙ୍କ ଏପରି ବୟାନ ପରେ କଂଗ୍ରସ-ଟିଏମସି ଏବଂ ଅନ୍ୟ ସଦସ୍ୟମାନେ କକ୍ଷ ଛାଡି ପଳାଇ ଯାଇଥିଲେ |
ଏହି ଘଟଣାପରେ ଭାବବିହ୍ଵଳ ହୋଇ ପଡ଼ିଥିଲେ ସଭାପତି ଧନଖଡ଼ | ସେ କହିଥିଲେ, ଏଠାରେ ମୋତେ ନୁହେଁ, ବରଂ ଚେୟାରମ୍ୟାନ ପଦକୁ ବିରୋଧୀ ଦଳର ନେତା ଅସମ୍ମାନ କରୁଛନ୍ତି। ମାନନୀୟ ସଦସ୍ୟଗଣ, ଏହି ପବିତ୍ର ଗୃହକୁ ଅରାଜକାତର କେନ୍ଦ୍ର କରିବା,ଭାରତୀୟ ଲୋକତନ୍ତ୍ରକୁ କୁଠାରଘାତ କରିବା, ଅଧ୍ୟକ୍ଷଙ୍କ ଗରିମାକୁ ଖରାପ କରିବା, ସବୁବେଳେ ଚାଲେଞ୍ଜ ଦେବା ପରି ଏକ ମାହୋଲ ସୃଷ୍ଟି କରିବା ..ଏସବୁ କେବଳ ଅମର୍ଯ୍ୟାଦାପୁର୍ଣ ଆଚରଣ ନୁହେଁ, ବରଂ ସବୁ ସୀମା ଲଙ୍ଘନ କରିବା ପରି ଆଚରଣ | ଏହା କହି ଆସନ ଛାଡି ପଳାଇଥିଲେ ଧନଖଡ଼ |
ବିରୋଧୀଙ୍କ ଆଚରଣରେ ଭାବବିହ୍ଵଳ ହେଲେ ଧନଖଡ଼: ଚେୟାର ଛାଡି ପଳାଇଲେ
