Site icon UTKAL PRATIDIN

ସୀମାରେ ଅଟକିଛି ଶହ ଶହ ଆଳୁ ଟ୍ରକ, ଛାଡୁ ନାହାନ୍ତି ପଶ୍ଚିମବଙ୍ଗ ସରକାର

IMAGE_1732769359

ପଶ୍ଚିମବଙ୍ଗ ସରକାର ଆଳୁକୁ ନେଇ ପୁଣି ରାଜନୀତି ଆରମ୍ଭ କରିଛନ୍ତି ।ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁଥିବା ଆଳୁ ଟ୍ରକକୁ ଅଟକାଇଛନ୍ତି ମଶ୍ଚିମବଂଗ ସରକାର ।ବେଲଦା ନିକଟରେ ଶତାଧିକ ଆଳୁ ଟ୍ରକ୍‌ ଅଟକି ରହିଛଇ। ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ଅଟକିଛି ଆଳୁ ଗାଡ଼ି।

ମିଳିଥିବା ସୂଚନା ମୁତାବକ, କିଛିଦିନ ହେବ ପଶ୍ଚିମବଙ୍ଗରେ ଆଳୁ ଦର ବୃଦ୍ଧି ପାଇଛି। ପଶ୍ଚିବଙ୍ଗରେ ଆଳୁ ଦର ନ କମିବା ଯାଏ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ ସୂଚନା ରହିଛି। ମମତା ସରକାର ସୀମାନ୍ତ ପୁଲିସକୁ ସଜାଗ କରିବା ସହିତ ଓଡ଼ିଶାକୁ ଆଳୁ ଆସୁଥିବା ଟ୍ରକ୍‌ ଗୁଡ଼ିକୁ ଅଟକାଇଛି ପଶ୍ଚିବମଙ୍ଗ ପ୍ରଶାସନ। ଅନୁମତି ନଥିବାରୁ ବେଲଦା ନିକଟରେ ଆଳୁ ବୋଝେଇ ଟ୍ରକକୁ ଅଟକ ରଖିଛି ପୁଲିସ।

ସୂଚନାଥାଉକି, ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଗସ୍ତ ସମୟରେ ମମତା ଆଳୁ ଟ୍ରକ୍‌ ଅଟକାଇବା ଘଟଣା ରାଜନୈିତକ ମୋଡ଼ ନେଇ ପାରେ ବୋଲି ବିଶେଷଜ୍ଞ କହିଛନ୍ତି।

Exit mobile version