 
        ଭୁବନେଶ୍ଵର: ଗରମ ଦିନ ଆସିଲେ କିଛି ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ଇଛା ହୁଏ । ଆଉ ସେଥିପାଇଁ ଆମେ ଆଇସକ୍ରିମ, କୋଲଡ ଡ୍ରିଂକ୍ସ, ଲସି ଆଦି ବଜାରରୁ କିଣି ପିଇଥାଉ ଓ ଖାଇଥାଉ । ଖରା ଦିନରେ ଶରୀରକୁ ଥଣ୍ଡା କରିବା ପାଇଁ ଲୋକମାନେ ଅନେକ ପ୍ରକାର ଉପାୟ କରନ୍ତି। ଡେଲି ଡାଏଟରେ ବହୁତ ସାରା ବହୁତ କିଛି ହେଲଦି ଫୁଡସକୁ ସାମିଲ କରାଯାଏ କିନ୍ତୁ ଏହି ଋତୁରେ ଦହିରେ ପ୍ରସ୍ତୁତ ଲସିର ମଜା ବହୁତ ଅଲଗା ହୋଇଥାଏ। ଯଦି ଆପଣ ବି ଖରାଦିନେ ଦହିର କିଛି ପାନୀୟ ତିଆରି କରିବାକୁ ଚାହୁଁଥାନ୍ତି, ତେବେ ଲସି ହେଉଛି ସବୁଠୁ ଭଲ ବିକଳ୍ପ। ଉପବାସ ବ୍ରତରେ ମଧ୍ୟ ଶରୀରରେ ଜଳୀୟ ଅଂଶ ନକମିବା ପାଇଁ ଆପଣ ଏହି ଲସି କରି ପିଇପାରିବେ । ତେବେ ଆସନ୍ତୁ ଜାଣିବା ଘରେ କେମିତି ବନାଇବେ ସୁସ୍ଵାଦୁ କ୍ରିମି ଲସି।
ଆବଶ୍ୟକୀୟ ସାମଗ୍ରୀ: ସଜବସା ଦହି ଗୋଟିଏ କପ , କ୍ଷୀର ସର ଅଧ କପ, ଚିନି, କୋରା ନଡ଼ିଆ, ଟୁଟିଫ୍ରୁଟି, ଭେନିଲା ଏସେନ୍ସ, କାଜୁ, ବାଦାମ ଓ ପାନମଧୁରୀ।
ପ୍ରସ୍ତୁତି ପ୍ରଣାଳୀ: କ୍ରିମ ଲସି ପ୍ରସ୍ତୁତ କରିବା ପାଇଁ ଗୋଟିଏ କପ ଦହି, ଅଧ କପ କ୍ଷୀର ସର, ଚିନି ଓ ଭେନିଲା ଏସେନ୍ସରୁ ଦୁଇ ବୁନ୍ଦା ପକେଇ ମିକ୍ସର ଜାରରେ ଫେଣ ଆସିବା ପର୍ଯ୍ୟନ୍ତ ଗ୍ରାଇଣ୍ଡ କରି ନିଅନ୍ତୁ। ପାନମଧୁରୀକୁ ଗୁଣ୍ଡ କରି ସେଥିରେ ମିଶେଇ ଦିଅନ୍ତୁ। ତା’ପରେ ତାକୁ ଏକ ମାଟି ଗ୍ଲାସକୁ ଢାଳି ଉପରେ କୋରା ନଡ଼ିଆ, କଟା କାଜୁ, କଟା ବାଦାମ ଓ ଟୁଟିଫ୍ରୁଟି ପକେଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆମର କ୍ରିମ ଲସି। ମାଟି ଗ୍ଲାସରେ ଏହାକୁ ପିଇଲେ ପ୍ରାକୃତିକ ଭାବରେ ଥଣ୍ଡା ଲାଗିବ ।
 
         
         
        