Site icon UTKAL PRATIDIN

କେମିତି ଦୂର ହେବ ଡାର୍କ ସର୍କଲ ? ଜଣାନ୍ତୁ ଏହି ଉପାୟ

4

ନୂଆଦିଲ୍ଲୀ : ଆଜିକାଲିକା ବ୍ୟସ୍ତବହୁଳ ସମୟ ମଧ୍ୟରେ ଲୋକଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି  । ବର୍ତ୍ତମାନ ସମୟରେ ଆଖି ଚାରିପାଖେ ଡାର୍କ ସର୍କଲ ଦେଖାଯିବା ଏକ ବଡ ସମସ୍ୟା ପାଲଟିଛି ।  କୁହାଯାଏ ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବୁଲିବା, ଏବଂ ଖାଦ୍ୟପେୟରେ ପୋଷକର ଅଭାବ ଯୋଗୁଁ ଆଖି ତଳେ କଳା ଦାଗ ହୋଇଥାଏ। ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାକୁ କିପରି ଦୂର କରାଯାଇପାରିବ  ।

ଆମେ ସାଧାରଣତଃ ରୋଷେଇରେ ଟମାଟୋ ବ୍ୟବହାୟ କରିଥାଉ  ।  କେହି ଏହାକୁ ତ୍ବଚାରେ ମଧ୍ୟ ବ୍ୟବହାର କରନ୍ତି  । ଯାହା କେବଳ ତ୍ବଚାକୁ କୋମଳ କରେନି , ଏହା ଆଖି ତଳ କଳା ଦାଗରୁ ମଧ୍ୟ ରକ୍ଷା କରେ ।  ଆପଣ ଏକ ଟମାଟୋର ଜୁସ ନିଅନ୍ତୁ। ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ଏକ ସୁନ୍ଦର ପେଷ୍ଟ ବନାନ୍ତୁ। ଏହାପରେ ଏହି ପେଷ୍ଟକୁ ଆଖି ତଳେ ଲଗାନ୍ତୁ। ଏହି ପେଷ୍ଟକୁ ଲଗାଇବାପରେ ୧୦ ମିନିଟ ରଖିବାକୁ ଦିଅନ୍ତୁ। ଏହାକୁ ଦିନରେ ଦୁଇ ଥର ଲଗାଇବାକୁ ଚେଷ୍ଟା କରନ୍ତୁ। ଦେଖିବେ ଏଥିରେ ଆପଣଙ୍କ ଆଖିର କଳାଦାଗ ବହୁ ମାତ୍ରାରେ କମିଯିବ।

ଆଳୁ ମଧ୍ୟ ଡାର୍କ ସର୍କଲ କମ କରିବାରେ ଆଉ ଏକ ମ୍ୟାଜିକାଲ ଇନଗ୍ରିଡିଏଣ୍ଟ। ଗ୍ରୀନ ଟି-ବ୍ୟାଗ ମଧ୍ୟ ଡାର୍କ ସର୍କଲ ପାଇଁ ବେଶ ଫଳପ୍ରଦ। ରାତିରେ ଶୋଇବାବେଳେ ଦୁଇ ଆଖିରେ ରଖନ୍ତୁ। ଦେଖିବେ ଏମିତି କରିବାଦ୍ବାରା ଡାର୍କ ସର୍କଲ ସମସ୍ୟା ଶୀଘ୍ର ଦୂର ହେବ। ବାଦାମ ତେଲରେ ପ୍ରଚୁର ମାତ୍ରାରେ ଭିଟାମିନ-ଇ ରହିଥାଏ। ରାତିରେ ଶୋଇଲା ବେଳେ ତେଲକୁ ଆଖି ତଳେ ମସାଜ୍ କରି ଶୁଅନ୍ତୁ , ଦେଖିବେ ଡାର୍କ ସର୍କଲ ଦୂର ହୋଇଯିବ  । କାକୁଡି ଓ କଞ୍ଚାକ୍ଷୀର ମଧ୍ୟ ଆପଣ ବ୍ୟବହାର କରିପାରିବେ । ଯାହା ବେଶ୍ ଫଳପ୍ରଦ ହେବ  ।

Exit mobile version