Site icon UTKAL PRATIDIN

ଗ୍ରୀଷ୍ମଋତୁରେ ମୁଣ୍ଡବିନ୍ଧା ଦୁର କରେ ପିଆଜ, ଜାଣନ୍ତୁ ସ୍ଵାସ୍ଥ୍ୟଗତ ଫାଇଦା

WhatsApp Image 2025-05-06 at 4.40.01 PM

ଭୁବନେଶ୍ଵର: ପିଆଜ ଏପରି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ପ୍ରତ୍ୟେକ ଘରେ ଘରେ ଉପଲବ୍ଧ। ଏହାକୁ ସାଲାଡ,ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଏ। ଜାଣନ୍ତୁ ପିଆଜର ସ୍ୱାସ୍ଥ୍ୟ ଉପକାରୀ କି କି ଗୁଣ ରହିଛି। ବାସ୍ତବରେ ଏଥିରେ ଥିବା ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଏହାକୁ ସ୍ୱତନ୍ତ୍ର କରିଥାଏ । ପିଆଜ ହେଉଛି ଔଷଧୀୟ ଗୁଣର ଏକ ଖଣି । ଆୟୁର୍ବେଦ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାଏଟିସିଆନ୍ ପର୍ୟ୍ୟନ୍ତ ସମସ୍ତେ ନିଜ ଖାଦ୍ୟରେ ପିଆଜ ସାମିଲ କରିବାକୁ ପରାମର୍ଶ ଦିଅନ୍ତି । ବିଶେଷ କରି ଗ୍ରୀଷ୍ମଋତୁରେ ମୁଣ୍ଡବିନ୍ଧା, ପାଟି ଘା ’ହେଲେ ମଧ୍ୟ ଏହା ବେଶ ଉପକାରୀ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ହଜମ ଶକ୍ତି ବୃଦ୍ଧି, ହୃଦୟ ଏବଂ କିଡନୀ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

ପିଆଜରେ କ୍ୟାଲୋରୀ କମ୍ ଏବଂ ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟରେ ପୋଷକ ତତ୍ତ୍ୱରେ ଭରପୂର । କେବଳ ଭିଟାମିନ୍ ବିଷୟରେ କହିବାକୁ ଗଲେ ଏଥିରେ ଭିଟାମିନ୍ ସି ଥାଏ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡାଣ୍ଟ, ଏହା ରୋଗ ପ୍ରତିରୋଧକ ଶକ୍ତି ସଠିକ ରଖେ। କ୍ଷତିଗ୍ରସ୍ତ ଟିସୁ ମରାମତି କରିବାରେ ସହାୟକ ହୋଇଥାଏ। କର୍କଟ ରୋଗକୁ ଦୂରେଇ ରଖିଥାଏ। ପିଆଜରେ ଥିବା ପୋଷକ ତତ୍ତ୍ୱ ହଜମ କ୍ରିୟା ପାଇଁ ଖୁବ ଲାଭଦାୟକ। ପିଆଜ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପିଆଜରେ ଥିବା ଲାଭଦାୟକ ବ୍ୟାକ୍ଟେରିୟା ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ଏଥିରେ କ୍ୟାଲସିୟମ ରହିଛି। ଯାହା ହାଡକୁ ସୁସ୍ଥ ରଖିବାରେ ସହାୟକ ହେବା ସହ ହାଡକୁ ମଜଭୂତ କରିଥାଏ।

ପିଆଜ ପୋଟାସିୟମ ପରି ଖଣିଜ ପଦାର୍ଥର ଏକ ଉତ୍କୃଷ୍ଟ ଉତ୍ସ । ଏହାର ସେବନ ଦ୍ୱାରା  ଆମର ବୃକକ୍‍ ଭଲ ଭାବେ କାମ କରେ, ଏହା ବ୍ୟତୀତ, ଯେତେବେଳେ ଆମେ କୌଣସି କାର୍ୟ୍ୟ କରୁ, ଏହା ସେହି ସମୟରେ ମାଂସପେଶୀର କାର୍ୟ୍ୟଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହା ରକ୍ତରେ କୋଲେଷ୍ଟେରୋଲ୍‍କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହାସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହାର ନିୟମିତ ସେବନ କରିବା ଦ୍ୱାରା ହୃଦୟ ଜନିତ ସମସ୍ୟାରୁ ଦୂରେଇ ରଖିଥାଏ। ପିଆଜର ସେବନ କରିବା ଦ୍ୱାରା ସତେଜ ଅନୁଭବ କରିଥାଆନ୍ତି। ଏହାସହ ରକ୍ତରେ ଶର୍କରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

Exit mobile version