Site icon UTKAL PRATIDIN

କିପରି ଓ କେଉଁ ସମୟରେ କରିବେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ?

11

ରବିବାର ପ୍ରଭୁ ସୂର୍ଯ୍ୟଦେବତାଙ୍କୁ ସମର୍ପିତ। ପ୍ରତି ରବିବାର ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କଲେ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ବାରା ବ୍ୟକ୍ତିର ମାନସିକ, ଶାରୀରିକ ଏବଂ ବ୍ୟବହାରିକ ଜ୍ଞାନ ପ୍ରାପ୍ତି ହୋଇଥାଏ। ସୂର୍ଯ୍ୟପୂଜା କରୁଥିବା ବ୍ୟକ୍ତିଙ୍କ ବିଶେଷ ସମସ୍ୟା ରୁହେ ନାହିଁ ଏବଂ ସବୁ ସଙ୍କଟ ଦୂର ହୋଇଥାଏ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଦ୍ବାରା ବ୍ୟକ୍ତିର ବଚନ ମଧୁର ହୋଇଥାଏ। ଏହା ସହ ବ୍ୟକ୍ତି ବିଦ୍ବାନ ଏବଂ ବୁଦ୍ଧିମାନ ହୋଇଥାଏ। ଯେଉଁମାନେ ଛୋଟ ବଡ କଥାରେ ଶୀଘ୍ର ରାଗି ଯାଆନ୍ତି, ସେମାନେ ସୂର୍ଯ୍ୟ ପୂଜା କରିବା ନିତାନ୍ତ ଆବଶ୍ୟକ।

ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଦ୍ବାରା ମନରୁ ଲୋଭ, ବିଶ୍ବାସଘାତ ଏବଂ ଖରାପ ଚିନ୍ତାଧାରା ଦୂର ହୋଇଥାଏ। ସୂର୍ଯ୍ୟଙ୍କ ପ୍ରଥମ କିରଣ ସବୁଠାରୁ ଲାଭଦାୟକ ହୋଇଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଓ ତାଙ୍କ ଦର୍ଶନ କରିବା ଦ୍ବାରା ବ୍ୟକ୍ତିକୁ ବିଶେଷ କୃପା ଲାଭ ହୋଇଥାଏ। ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କ ପୂଜା କରନ୍ତୁ ଏବଂ ଦର୍ଶନ କରନ୍ତୁ। ଏହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଏବଂ ଧନ ପ୍ରାପ୍ତି ହୋଇଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବା ପାତ୍ର ପ୍ରୟୋଗ କରନ୍ତୁ।

ଏହା ବ୍ୟତୀତ୍ ଜଳରେ ଫୁଲ ପକାଇ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ। ଆଖିର ଜ୍ୟୋତି କମ୍‌ ଥିଲେ ସୂର୍ଯ୍ୟଦେବତାଙ୍କୁ ଅବଶ୍ୟ ପୂଜା କରନ୍ତୁ। ସୂର୍ଯ୍ୟଙ୍କ କୃପା ଦ୍ବାରା ଆଖିର ଜ୍ୟୋତି ବୃଦ୍ଧି ହୋଇଥାଏ।
ସୂର୍ଯ୍ୟ ଦେବତାଙ୍କ ଉପାସନା କରିବା ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ଯେଉଁ ବିଦ୍ୟାର୍ଥୀ ବାରମ୍ବାର ପରୀକ୍ଷାରେ ଅସଫଳ ହେଉଛନ୍ତି, ସେମାନେ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହା ଦ୍ବାରା ସଫଳତା ନିଶ୍ଚୟ ମିଳିବ।

Exit mobile version