ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବ୍ରହ୍ମପୁର ଗସ୍ତରେ ଯିବେ ।ମୁଖ୍ୟମନ୍ତ୍ରୀ ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ କରିବେ ପରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି ।
୧୪ ଓ ୧୫ ତାରିଖ ଦୁଇ ଦିନ ମହାନଗର ନିଗମ କାର୍ଯ୍ୟାଳୟ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ନିଗମ କର୍ତ୍ତୃପକ୍ଷ । ଏନେଇ ବିଏମ୍ସି କମିଶନର୍ ନିର୍ଦ୍ଦେଶ ଜାରି କରିଛନ୍ତି ।ସେଥିପାଇଁ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।