Site icon UTKAL PRATIDIN

୯୦ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା, ମୁଳ ଦୁଆ ପକାଇଥିଲା ସୀତା ବିବାହ

wb 2

ଭୁବନେଶ୍ଵର: ଆଜିକାଲିର ଫିଲ୍ମ ଭଳି ସେଥିରେ ନଥିଲା ଗ୍ରାଫିକ୍ସର ତଡକା କି ଇଫେକ୍ଟର ଧମାକା । ନା ଥିଲା ଫାଇଟିଂ ନା ଥିଲା ରଙ୍ଗୀନ୍ ଚିତ୍ର । ହେଲେ ଓଡ଼ିଆ ମନୋରଞ୍ଜନ ଜଗତ ପାଇଁ ଏହା ଥିଲା ଏକ ମାଇଲ ଖୁଣ୍ଟ। ଓଡ଼ିଆ ମନୋରଞ୍ଜନ ଦୁନିଆରେ ନୂଆ ଯୁଗର ମୂଳଦୁଆ ପକାଇଥିଲା ପ୍ରଥମ ଓଡିଆ ସିନେମା ସୀତା ବିବାହ । ୧୯୩୬ ମସିହା ଏପ୍ରିଲ ୨୮ ତାରିଖ ଅର୍ଥାତ ଆଜିର ଦିନରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ। ଇତି ମଧ୍ୟରେ ୯୦ ବର୍ଷ ଅତିକ୍ରମ ହୋଇସାରିଛି। ଆଉ ଏହି ୯୦ ବର୍ଷର ଦୀର୍ଘ ଯାତ୍ରା ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଅନେକ କିଛି ପାଇଛି ଓ ଅନେକ ହରାଇଛି ମଧ୍ୟ । କିନ୍ତୁ ଦର୍ଶକଙ୍କୁ ବାନ୍ଧିରଖିବାର ନୂଆ ନୂଆ କୌଶଳ ଆପଣାଇବାର ପରୀକ୍ଷୀ ନିରୀକ୍ଷା ବନ୍ଦ କରିନି ।

‘ସୀତା ବିବାହ’ରୁ ଆରମ୍ଭ ହୋଇଥିଲା ଓଲିଉଡ଼ର ଯାତ୍ରା। ଆଜିକୁ ଏହି ଯାତ୍ରକୁ ପୁରିଛି ୯୦ ବର୍ଷ। କଳାଧଳା ସମୟରେ ଏକ ରଙ୍ଗୀନ ସ୍ୱପ୍ନକୁ ନେଇ ଏହି ବିଶାଳ ସିନେ ଇଣ୍ଡଷ୍ଟ୍ରିର ମୂଳଦୁଆ ପକାଇଥିଲେ ଏହି ସିନେମାର ନିର୍ମାତା ରାସ ମାଷ୍ଟ୍ରେ ମୋହନସୁନ୍ଦର ଦେବଗୋସ୍ୱାମୀ। ୮୯ ବର୍ଷ ତଳେ ଏଭଳି ଏକ ପରିକଳ୍ପନା କରିବା ଯେଉଁଠାରେ ସାଧାରଣ ମଣିଷ ପକ୍ଷେ ଅସମ୍ଭବର କାର୍ଯ୍ୟ ରହିଥିଲା ସେଠାରେ ମୋହନ ଏହାକୁ ସାକାର ରୂପ ଦେବାକୁ ଅଣ୍ଟା ଭିଡିଥିଲେ। ତେବେ ଦେବଗୋସ୍ୱାମୀଙ୍କ ପ୍ରୟାସରେ ପୁରୀରୁ ହିଁ ଆରମ୍ଭ ହୋଇଥିଲା। ପୁରୀରେ ପଡିଥିଲା ଓଲିଉଡ଼ ଜଗତର ପାଦ। ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପୁରୀର ଲକ୍ଷ୍ମୀ ଟକିଜରେ ହିଁ ପ୍ରଥମ ସିନେମା ସୀତା ର ପ୍ରଥମ ସୋ ପଡିଥିଲା। ଏହାପରେ ଦେବଗୋସ୍ୱାମୀ ପାଲଟିଯାଇଥିଲେ ଓଲିଉଡ଼ ଜଗତର ଜନକ। 

ଏପ୍ରିଲ ୨୮, ୧୯୩୬ ମସିହା। ମୁକ୍ତିଲାଭ କରେ ପ୍ରଥମ ଓଡ଼ିଆ ସିନେମା ସୀତା ବିବାହ। ଓଡ଼ିଆ ଦୃଶ୍ୟ ଚଳଚ୍ଚିତ୍ର ପରଦାରେ ମୁକ୍ତିଲାଭ କରିବା ଥିଲା ସେ ସମୟର ସବୁଠାରୁ ବଡ଼ ଖବର। କିନ୍ତୁ ସଂଯୋଗକୁ ସେତେବେଳେ ଗଣମାଧ୍ୟମର ଏତେ ପ୍ରଚାର ପ୍ରସାର ନ ଥିଲା, ଯେଉଁଥିପାଇଁ ସମସ୍ତଙ୍କ ପାଖରେ ଏ ଖବର ପହଞ୍ଚି ନ ଥିଲା ଯେ, ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ଚଳଚ୍ଚିତ୍ରଟି ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ଦ୍ବାରା ପ୍ରଯୋଜିତ ହୋଇଥିଲା। ଯାହାର ସେତେବେଳର ବଜେଟ୍ ଥିଲା ୩୦, ହଜାର ଟଙ୍କା। ମୋହନ ସୁନ୍ଦରଙ୍କୁ ସେ ସମୟରେ ଏହି ଫିଲ୍ମ ନିର୍ମାଣ କରିବାକୁ କରଜ କରିବାକୁ ପଡିଥିଲା। ରାମାୟଣର କାହାଣୀ ଆଧାରରେ ସୀତା-ରାମଙ୍କ ବିବାହ ଏଥିରେ ଚିତ୍ରିତ ହୋଇଥିଲା। ବାଲ୍ମିକୀ ରାମାୟଣରେ ଥିବା ବର୍ଣ୍ଣନା ଅନୁଯାୟୀ, ଥରେ ଲଙ୍କାପତି ରାବଣ ଆକାଶମାର୍ଗରେ ଯାଉଥିବା ସମୟରେ ତପସ୍ୟାରତ ଜଣେ ସୁନ୍ଦରୀ ନାରୀଙ୍କୁ ଦେଖିଲା । ସେହି ନାରୀ ଥିଲେ ବେଦବତୀ ।

ସେ ଭଗବାନ ବିଷ୍ଣୁଙ୍କୁ ପତି ରୂପେ ପାଇବା ଲାଗି ତପସ୍ୟା କରୁଥିଲେ । ରାବଣ ତାଙ୍କର ସତୀତ୍ୱ ହରଣ କରିବା ଚାହିଁଲା । ବେଦବତୀ ରାବଣକୁ ଅଭିଶାପ ଦେଇ ଶରୀର ତ୍ୟାଗ କଲେ । ବେଦବତୀ ହିଁ ଦେବୀ ସୀତାଙ୍କ ରୂପରେ ଜନ୍ମ ନେଇ ରାବଣ ମୃତୁ୍ୟର କାରଣ ସାଜିଥିଲେ ବୋଲି ରାମାୟଣରେ ଉଲ୍ଲେଖ ରହିଛି । ବନବାସ ଯିବା ସମୟରେ ଦେବୀ ସୀତା ପ୍ରଭୁ ଶ୍ରୀରାମଙ୍କ ପଛେ ପଛେ ଚାଲୁଥିଲେ । ତେବେ ଶ୍ରୀରାମ ଯେଉଁ ସ୍ଥାନରେ ପାଦ ପକାଉଥିଲେ, ଦେବୀ ସୀତା ସେହି ସ୍ଥାନରେ ପାଦ ପକାଉନଥିଲେ । ଶ୍ରୀରାମଙ୍କ ପ୍ରତି ଭକ୍ତି କାରଣରୁ ଶ୍ରୀରାମ ଏପରି ଚାଲୁଥିଲେ ।

ରାବଣ ଦେବୀ ସୀତାଙ୍କୁ ଅପହରଣ କରିନେଇ ଅଶୋକ ବାଟିକାରେ ରଖିବା ଦିନ ବ୍ରହ୍ମାଙ୍କ ଆଜ୍ଞାକ୍ରମେ ଦେବରାଜ ଇନ୍ଦ୍ର କ୍ଷିରୀ ନେଇ ତାଙ୍କ ପାଖକୁ ଆସିଲେ । ସେହି କ୍ଷିରୀ ପିଇବା ପରେ ସୀତାଙ୍କ ଭୋକଶୋଷ ଦୂରେଇ ଯାଇଥିଲା । ଫଳରେ ସେ ଲଙ୍କାରେ ଥିବା ପର୍ଯ୍ୟନ୍ତ ଅନ୍ନ ଜଳ ଗ୍ରହଣ କରିନଥିଲେ । ଦେବୀ ସୀତାଙ୍କୁ ଶ୍ରୀରାମ ପରିତ୍ୟାଗ କରି ଦେଇଥିଲେ । ଶ୍ରୀରାମଙ୍କୁ ଛାଡ଼ିଯିବା ପରେ ଦେବୀ ସୀତା ଦୁଇ ଯମଜ ପୁତ୍ର ଲବ-କୁଶଙ୍କୁ ଜନ୍ମ ଦେଇଥିଲେ । ଶେଷରେ ଭୂଗର୍ଭରେ ପ୍ରବେଶ କରି ଦେବୀ ସୀତା ମର୍ତ୍ତ୍ୟମଣ୍ଡଳ ତ୍ୟାଗ କରିଦେଇଥିଲେ ।

Exit mobile version