 
        ନୂଆଦିଲ୍ଲୀ: ଆଜିର ସମୟରେ, ମୋବାଇଲ ଫୋନ ବିନା ଜୀବନ କଳ୍ପନା କରାଯାଇପାରିବ ନାହିଁ। କିନ୍ତୁ ପୂର୍ବକାଳରେ ଲୋକମାନେ ମୋବାଇଲ ଫୋନ ବିନା ନିଜ କାମ ଚଳାଉଥିଲେ। ମୋବାଇଲ ଫୋନ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟେଲିକମ ବଜାରରେ ପରିଣତ ହୋଇଛି। ତେବେ କହିରଖୁଛୁ ଯେ, ଦୁନିଆର ପ୍ରଥମ ମୋବାଇଲ୍ ଫୋନ୍ ଥିଲା ମୋଟରୋଲା ‘ଡାୟନା ଟିଏସି ୮୦୦୦ ଏକ୍ସ’ । ଯାହା ୧୮୯୩ ମସିହାରେ ଲଞ୍ଚ କରାଯାଇଥିଲା । ଏହା ବିଶ୍ଵର ପ୍ରଥମ ବ୍ୟବସାୟିକ ଭାବରେ ଉପଲବ୍ଧ ମୋବାଇଲ୍ ଫୋନ ଥିଲା । ଯୋଗାଯୋଗରେ ଏହି ଫୋନ ଏକ ନୂଆ ଯୁଗ ଆରମ୍ଭ କରିଥିଲା । ‘ଡାୟନା ଟିଏସି ୮୦୦୦ ଏକ୍ସ’ ମାର୍ଟିନ୍ କୁପରଙ୍କ ଦ୍ଵାରା ଡିଜାଇନ୍ କରାଯାଇଥିଲା । ଯିଏ ମୋବାଇଲ୍ ଫୋନର ପିତା ଭାବରେ ଜଣାଶୁଣା ।
ମାର୍ଟିନ୍ କୁପର୍ ଯେଉଁ କମ୍ପାନୀ ପାଇଁ ଏହି ମୋବାଇଲ୍ ତିଆରି କରିଥିଲା ତାହା ହେଉଛି ମୋଟରୋଲା । ଏହି କମ୍ପାନୀ ଆଜି ମଧ୍ୟ ନିଜର ସ୍ମାର୍ଟଫୋନ ତିଆରି କରୁଛି । ‘ଡାୟନା ଟିଏସି ୮୦୦୦ ଏକ୍ସ’ ଏକ ବୃହତ ଏବଂ ଭାରୀ ଉପକରଣ ଥିଲା । ଯାହାର ଓଜନ ପ୍ରାୟ ୨.୫ ପାଉଣ୍ଡ (୧.୧ କିଲୋଗ୍ରାମ ) ଥିଲା । ଏହାର ଏକ ମୋନୋକ୍ରୋମ୍ ଡିସପ୍ଲେ ଥିଲା । ତେବେ ଏହି ଫୋନରେ କେବଳ କଲ୍ କରିବା ଏବଂ ରିସିଭ୍ କରିବା ପରି କାମ କରିହେଉଥିଲା । ଏହି ଫୋନର ମୂଲ୍ୟ ଲଞ୍ଚ ସମୟରେ ପ୍ରାୟ ୩,୯୯୫ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩,୩୦,୮୯୬ ଟଙ୍କା) ଥିଲା । ଯାହା ୧୯୮୦ ଦଶକ ଆରମ୍ଭରେ ବହୁମୁଲ୍ୟ ଥିଲା । ଏହି ଉପକରଣ ପ୍ରଥମେ ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ଥିଲା । କିନ୍ତୁ ପରେ ଅନ୍ୟ ଦେଶରେ ମଧ୍ୟ ଲଞ୍ଚ କରାଯାଇଥିଲା ।
‘ଡାୟନା ଟିଏସି ୮୦୦୦ ଏକ୍ସ’ର ସୀମା ପ୍ରାୟ ୩୦ ମାଇଲ୍ (୪୮ କିମି) ଥିଲା । ଏହି ମୋଟରଲା ‘ଡାୟନା ଟିଏସି’ ଫୋନର ଲମ୍ବା ୧୦ ଇଞ୍ଚ ରହିଥିଲା। ଫୋନର ବ୍ୟାଟେରିକୁ ଥରେ ଚାର୍ଜ କଲେ ୨୦ ମିନିଟ ପର୍ଯ୍ୟନ୍ତ ଚାଲୁଥିଲା। ତେବେ ପୂର୍ବ ମୋବାଇଲ୍ ଫୋନ ତୁଳନାରେ ଏକ ମହତ୍ଵପୁର୍ଣ୍ଣ ଉନ୍ନତି ଯାହା ଏକ ଯାନ କିମ୍ବା ଷ୍ଟେସନାରୀ ବେସ୍ ଷ୍ଟେସନ୍ ସହିତ ସଂଯୁକ୍ତ ଥିଲା । ୧୯୮୭ ମସିହାରେ ପ୍ରସ୍ତୁତ ହୋଇଥିବା ଏକ ଚଳଚ୍ଚିତ୍ର “ୱାଲ୍ ଷ୍ଟ୍ରିଟ୍”ରେ ମାଇକେଲ୍ ଗପଲାସ୍ ଦ୍ଵାରା ‘ଡାୟନା ଟିଏସି ୮୦୦୦ ଏକ୍ସ’ ବ୍ୟବହୃତ ହୋଇଥିଲା । ତେବେ ପ୍ରଥମ ପୋର୍ଟେବଲ୍ ଫୋନ ଥିଲା ‘ଡାୟନା ଟିଏସି ୮୦୦୦ ଏକ୍ସ’ । ଯାହା ୧୯୮୧ରେ ପରିଚିତ ହୋଇଥିଲା ।
କମ୍ପାନୀର ପୂର୍ବ ଉପାଧ୍ୟକ୍ଷ ଓ ଡିବିଜନ ମ୍ୟାନେଜର ମାର୍ଟିନ କୁପର ୯୫୨ ମସିହାରେ ମୋଟରଲା କମ୍ପାନୀରେ ଯୋଗ ଦେବାପରେ ଆରମ୍ଭ କରିଥିଲେ ଏହି ଫୋନର ଡିଜାଇନ୍ କରିବା । କୁପର ନିୟୁର୍କର ହିଲଟନ ହୋଟେଲରେ ଦୁନିଆର ପ୍ରଥମ ମୋବାଇଲ ଫୋନରେ କଥା ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲେ। ଏଠାରୁ ହିଁ ଆରମ୍ଭ ହୋଇଯାଇଥିଲା ଯୋଗାଯୋଗ ସ୍ଥାପନ କରିବାର ନୂତନ ଯୁଗ।
ସେହିପରି ୧୯୯୫ ରେ ଜୁଲାଇ ୩୧ରେ ଭାରତରେ ମୋବାଇଲର ମୂଳଦୁଆ ପକାଯାଇଥିଲା । ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ତତ୍କାଳୀନ କେନ୍ଦ୍ର ଟେଲିକମ ମନ୍ତ୍ରୀ ସୁଖ ରାମଙ୍କୁ ପ୍ରଥମ ମୋବାଇଲରେ ଫୋନ୍ କରିଥିଲେ। ସେଦିନ ମୋବାଇଲରୁ ଭାରତରେ ପ୍ରଥମ କଲ କରାଯାଇଥିଲା। ସେହି ସମୟରେ, ବାହାରକୁ ଯାଉଥିବା କଲ ସହିତ ଆସୁଥିବା କଲ ପାଇଁ ମଧ୍ୟ ଟଙ୍କା ଦେବାକୁ ପଡୁଥିଲା। ଭାରତର ପ୍ରଥମ ମୋବାଇଲ ଅପରେଟର କମ୍ପାନୀ ଥିଲା ମୋଦୀ ଟେଲଷ୍ଟ୍ରା। ଏହି ନେଟୱାର୍କରେ ପ୍ରଥମ ମୋବାଇଲ କଲ କରାଯାଇଥିଲା। ଏହା ମୋଦି ଗ୍ରୁପ ଅଫ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆର ଟେଲଷ୍ଟ୍ରାର ମିଳିତ ଉଦ୍ୟମରେ ସମ୍ଭବ ହୋଇପାରିଥିଲା। ଏହି କମ୍ପାନୀ ୮ଟି କମ୍ପାନୀ ମଧ୍ୟରୁ ଗୋଟିଏ ଥିଲା ଯାହା ଦେଶରେ ସେଲୁଲାର୍ ସେବା ଯୋଗାଇବା ପାଇଁ ଲାଇସେନ୍ସପ୍ରାପ୍ତ ଥିଲା।
 
         
         
        