
ନୂଆଦିଲ୍ଲୀ:ପୁଣି ଚର୍ଚାରେ ଆମେରିକାର ହିଣ୍ଡନବର୍ଗ | ସେୟାର ବଜାରରେ ହଲଚଲ ସୃଷ୍ଟି କରିଥିବା ହିଣ୍ଡନବର୍ଗ ପୁଣି ଏବେ ରାଜନୀତିକୁ କରିଛି ସରଗରମ | ଆମେରିକାର ସର୍ଟ ସେଲର ଫାର୍ମ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ ପୁଣି ଥରେ ଅଦାନୀ ଗ୍ରୁପକୁ ଟାର୍ଗେଟ କରିଛି | ଅଦାନୀ ଗ୍ରୁପର ବିଦେଶୀ ବିଦେଶୀ ଫଣ୍ଡରେ ସେବି ମୁଖ୍ୟ ଓ ତାଙ୍କର ସ୍ୱାମୀଙ୍କ ଭାଗିଦାରୀ ଥିବା ହିଣ୍ଡନବର୍ଗ ତାର ରିପୋର୍ଟରେ କହିଛି | ରିପୋର୍ଟରେ ଅଦାନୀ ଗ୍ରୁପ ଏବଂ ସେବି ମଧ୍ୟରେ ମିଲିଭଗତ ଅଭିଯୋଗ ଆଣିଛି ହିଣ୍ଡନବର୍ଗ | ଏପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସେବି ମୁଖ୍ୟ ମାଧବୀ ପୁରୀ ବୁଚ ଏବଂ ତାଙ୍କର ସ୍ୱାମୀ ଧବଳ ବୁଚ | ବୁଚ ଦମ୍ପତ୍ତି କହିଛନ୍ତି, କିଛି ବି ଏଥିରେ ଲୁଚାଛପା ନାହିଁ | ଏପରି ଅଭିଯୋଗରେ କୌଣସି ସତ୍ୟତା ନାହିଁ | ଅଦାନୀ ଗ୍ରୁପ ମଧ୍ୟ ଏପରି ଅଭିଯୋଗକୁ ଆଧାରହୀନ ବୋଲି କହିଛି | କମ୍ପାନୀକୁ ବଦ୍ନାମ କରି ମୁନାଫା ଉଠାଇବା ପାଇଁ ଏପରି ଷଡଯନ୍ତ୍ର କରାଯାଇଛି |
ହିଣ୍ଡନବର୍ଗ ହୁଇସିଲ ବ୍ଲୋୟର ଡକୁମେଣ୍ଟର ଅଧାରରେ ଅଭିଯୋଗ ଆଣିଛନ୍ତି ଯେ, ସେବିର ଚେୟାର ପର୍ସନ ମାଧବୀ ପୁରୀ ବୁଚ ଏବଂ ତାଙ୍କର ସ୍ୱାମୀଙ୍କର ମରିସସ କମ୍ପାନୀ ଡାଇନାମିକ ଅପ୍ରଚୁନିଟି ଫଣ୍ଡରେ ଭାଗିଦାରୀ ରହିଛି | ଏହି କମ୍ପାନୀରେ ଗୌତମ ଆଦାନିଙ୍କ ଭାଇ ବିନୋଦ ଆଦାନିଙ୍କର କୋଟି କୋଟି ଡଲାରର ନିବେଶ ରହିଛି | ସେୟାର ମାର୍କେଟରେ ଏହାର ଦାମ ବଢାଇବା ପାଇଁ ଏପରି କରା ଯାଇଛି |
ହିଣ୍ଡାନବର୍ଗ ଅଭିଯୋଗ ଆଣିଛି ଯେ, ମାଧବୀ ସେବି ମୁଖ୍ୟ ହେବାର ୫ ବର୍ଷ ପୂର୍ବରୁ ଅର୍ଥାତ ୨୦୧୭ ମାର୍ଚ୍ଚ ୨୨ରେ ଧବଳ ମରିସସ ଫଣ୍ଡ ପ୍ରଶାସକ ଟ୍ରାଇଡେଣ୍ଟ ଟ୍ରଷ୍ଟକୁ ଇମେଲ କରିଥଲେ | ଏଥିରେ ସ୍ପଷ୍ଟ ହୋଇଛି ଯେ ସେବି ମୁଖ୍ୟ ହେବ ପୂର୍ବରୁ ଧବଳ ପତ୍ନୀଙ୍କ ନାମ ସେଠାରୁ ହଟାଇବାକୁ ଚାହୁଥିଲେ |
ତେବେ ଏପରି ଅଭିଯୋଗକୁ ଅଦାନୀ ଗ୍ରୁପ ସମ୍ପୂର୍ଣ ଖାରଜ କରି ଦେଇଛନ୍ତି | କେବଳ ପ୍ରତିଶୋଧ ମାନସିକାତାରୁ ଏପରି ଅଭିଯୋଗ କରାଯାଇଛି | ସେବି ଚିଫଙ୍କ କହିବା ଅନୁଯାୟୀ, ହିଣ୍ଡାନବର୍ଗ ଯେଉଁ ନିବେଶ କଥା କହିବାକୁ ଚାହୁଁଛି ତାହା ୨୦୧୫ର | ହିଣ୍ଡନବର୍ଗ ଭାରତରେ ଅନେକ ନିୟମର ଉଲ୍ଲଙ୍ଘନ କରିଛି | ସେଥିପାଇଁ ତାକୁ ନୋଟିସ କରାଯାଇଥିଲା | ଏହରବ ଉତ୍ତର ରଖିବା ପରିବର୍ତ୍ତେ ଆକ୍ରମଣ କରିବା ଆରମ୍ଭ କରି ଦେଇଛି |
ସେପଟେ ଷ୍ଟକ ମାର୍କେଟରେ ହିଣ୍ଡନବର୍ଗ ରିପୋର୍ଟର ପ୍ରଭାବ ପଡ଼ିଛି | ସେୟାର ବଜାରରେ ଅଦାନୀ ଗୁପର ୧୭% ହ୍ରାସ ପାଇଛି | ଆଜିର ଦିନ ଅଦାନୀ ଗ୍ରୁପ ପାଇଁ କଲା ଦିବସ ବୋଲି କୁହାଯାଉଛି |