
ଭୁବନେଶ୍ଵର: କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା । ଲୁଟେରାକୁ ଗିରଫ କଲା କମିଶନରେଟ ପୋଲିସ । ରାଜ୍ୟ ବାହାରୁ ଲୁଟେରାକୁ ଗିରଫ କଲା ପୋଲିସ । ଗତ ଜାନୁଆରୀ ୨୫ରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି କରିଥିଲା ଅଭିଯୁକ୍ତ ।
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାର ୧୯ ଦିନ ପରେ ଚୋରକୁ ଧରିଛି କମିଶନରେଟ୍ ପୋଲିସ । ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଧରିଛି ନୟାପଲ୍ଲୀ ପୋଲିସ । ତାକୁ ଏବେ ଭୁବନେଶ୍ୱରର ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଛି । ଆଜି ତାକୁ କୋର୍ଟରେ ହାଜର କରାଯିବ। ଅନ୍ୟପଟେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଯାହା ସବୁ ଚୋରି ହୋଇଥିଲା, ସେଥିରୁ କ’ଣ ଜବତ ହୋଇଛି, ସେନେଇ ସୂଚନା ମିଳିନାହିଁ । ଭିଭିଆଇପି କଲୋନିରେ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଘରେ କେମିତି ପଶିଲା, ଅତ୍ୟାଧୁନିକ ତାଲା କାଟି ସୁନାଗହଣା ଓ ଟଙ୍କା କେମିତି ଲୁଟିଲା ଆଜି ତାହା ଉପରୁ ପରଦା ହଟାଇବ ପୋଲିସ ।
ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଆଇଆରସି ଭିଲେଜର ଭିଆଇପି କଲୋନୀରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଘରର ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲୁଟ ହୋଇଥିଲା । ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ନଗଦ ଟଙ୍କା ନେଇ ଯାଇଥିଲା ଲୁଟେରା । ଏହାପରେ ଚୋରକୁ ଧରିବାକୁ ଆରମ୍ଭ ହୋଇଥିଲା ଧରପଗଡ଼ । ଚୋରକୁ ଧରିବାକୁ କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ୍ ଆନ୍ଧ୍ରରେ ଡେରା ପକାଇଥିଲା ।