
ମୁମ୍ବାଇରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।ପ୍ରବଳ ବର୍ଷ ଯୋଗୁଁ ଏହି ହେଲିକପ୍ଟରଟି କ୍ରାଶ ହୋଇଥିବା ସୂଚନା ମିଳିଛି । ହେଲିକପ୍ଟରରେ କ୍ୟାପଟେନକୁ ମିଶାଇ ସମୁଦାୟ ୪ଜଣ ଥିଲେ ।କ୍ୟାପଟେନ ଆନନ୍ଦଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଥିନି ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ଜଣା ପଡିଛି ।ହେଲିକପ୍ଟରଟି ଗ୍ଲୋବାଲ୍ ଭେକ୍ଟ୍ର ପ୍ରାଇଭେଟ କମ୍ପାନୀର ସୂଚନା ମିଳିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ।