Site icon UTKAL PRATIDIN

ହାରିଗଲେ ହେଭିଓ୍ବେଟ, ସବୁଠୁ ଅଧି୍କ ବିଜେଡି ନେତା

ିତ୍ରୗଯସଂ୬ୗଦ୮୭ଂହ୭ସୗ୮ହ୭-1-750x430

ଭୁବନେଶ୍ବର: ଓଡିଶାରେ ପରିବର୍ତ୍ତନର ସ୍ବର । ୨୫ ବର୍ଷର ଟ୍ରେଣ୍ଡି ସରକାରଙ୍କୁ ଇତିହାସ କରିଦେଲା ବିଜେପି । ଯାହା କେବେ କେହି କଳ୍ପନା କରିନଥିଲେ ଆଜି ତାହା ବାସ୍ତବତାରେ ପରିଣତ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇତିହାସ ହୋଇଯାଇଛନ୍ତି । ଖାଲି ଯେ ଦଳୀୟ ହାର ହୋଇଛି ତାହା ନୁହେଁ । ଶାସନ ଆରମ୍ଭରୁ ହାର କ’ଣ ଜାଣିନଥିବା ବ୍ୟକ୍ତି ଏଥର କଣ୍ଟାବାଞ୍ଜିରୁ ପରାଜୟର ସ୍ବାଦ ଚାଖିଛନ୍ତି  । କଣ୍ଟାବାଞ୍ଜିରୁ ବିଜେପି ପ୍ରାର୍ଥୀ ତାଙ୍କୁ କଡା ଟକ୍କର ସହ ସ୍ବାଦ ଚଖାଇଛନ୍ତି ପରାଜୟର । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍‌ ୧୬,୩୨୧ ଖଣ୍ଡ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିଛନ୍ତି। ଲକ୍ଷ୍ମଣ ବାଗ ୯୦,୫୯୦୪ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ୭୪,୨୭୩ ଖଣ୍ଡ ଭୋଟ୍‌ ପାଇଛନ୍ତି।

ଖାଲି ସେତିକି ନୁହେଁ ମୋଟ ୧୧ ମନ୍ତ୍ରୀ ବି ଏଥର ଚିତପଟାଙ୍ଗ ମାରିଛନ୍ତି । ବାରମ୍ବାର ବିଜୟୀ ହୋଇ ଆସୁଥିବା କିଛି ବରିଷ୍ଠ ବିଧାୟକମାନେ ମଧ୍ୟ ଏଥର ପରାଜୟର ସ୍ବାଦ ଚାଖିଛନ୍ତି । ଅନେକ ନୂଆ ଚେହେରା, ବହୁ ଟାଣୁଆ ନେତାଙ୍କୁ ଏଥର ମାତ୍ ଦେଇଛନ୍ତି । ଯାହା ଭିତରେ ସବୁଠୁ ଅଧିକ ରହିଛନ୍ତି ବିଜେଡି ନେତା । ଏଥର ବିଜେପି ଖାଲି ବହୁମତ ରେ ଜିତିନି । ବହୁ ଟାଣୁଆ ନେତାଙ୍କ ଭିତ୍ତିଭୂମି ମଧ୍ୟ ଦୋହଲାଇ ଦେଇଛନ୍ତି ।

ସେମାନଙ୍କ ମଧ୍ୟରେ ରହିଛନ୍ତି ବିକ୍ରମ ଆରୁଖ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା, ପ୍ରଦୀପ କୁମାର ଅମାତ, ପ୍ରଫୁଲ୍ଲ କୁମାର ମଲ୍ଲିକ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ବାସନ୍ତୀ ହେମ୍ରମ୍, ପ୍ରୀତିରଞ୍ଜନ ଘଡେଇ, ରୀତା ସାହୁ ପରାଜିତ ହୋଇଛନ୍ତି । ସେହିଭଳି ସେପଟେ ବରିଷ୍ଠ ନେତା ଭାବେ ଦେବୀ ପ୍ରସାଦ ମିଶ୍ର, ପ୍ରୀତିରଞ୍ଜନ ଘଡେଇ, ପ୍ରଫୁଲ୍ଲ ସାମଲ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ ପରାଜିତ ହୋଇଛନ୍ତି ।

ବିଜେପିର ବରିଷ୍ଠ ନେତା ଭାବେ ରାଜ୍ୟ ସଭାପତି ମନମୋହନ ସାମଲ, ଦିଲ୍ଲୀପ ରାୟ, କୁସୁମ ଟେଟେଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି । କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଭକ୍ତ ଦାସଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି ।

Exit mobile version