
ହିମାଚଳ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପ ।କେରଳର ଦୁର୍ଦଶା ଶେଷ ହୋଇନଥିବା ବେଳେ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡ ଉଭୟ ସ୍ଥାନରେ ବଦଳ ଫାଟ ବର୍ଷା ଯୋଗୁଁ ଜଳ ପ୍ରଳୟ ସୃଷ୍ଟି ହୋଇଛି ।ପ୍ରବଳ ବର୍ଷରେ କାହାର ଘର ଭିତରେ ପାଣି ପଶିଯାଇଛି ତ କାହା ଘର ଭୁଶୁଡି ଯାଇଛି ।ଏଥିରେ ହିମାଚଳପ୍ରଦେଶରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସିମିଳା, ମଣ୍ଡି, କୁଲ୍ଲୁ ଭଳି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୫୩ରୁ ଅଧିକ ନିଖୋଜ ଅଛନ୍ତି ।
ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ହିମାଚଳ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦାରଖ କରୁଛନ୍ତି।ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଥା ହୋଇ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି ।କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରତିଶ୍ରୁତି ଦିଆଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।