
ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।ଯାହା ପ୍ରଭାବରେ ରାଜ୍ୟରେ ଦୁଇ ଦିନ ଅଧିକ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି ।ଏନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି ।ସେହି ଜିଲ୍ଲା ଗୁଡିକ ହେଲା ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର,କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର। ଏହି ସବୁ ଜିଲ୍ଲାକୁ ଆଜି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ଆସନ୍ତାକାଲି ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁରରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା କମ୍ । ଏଥିପାଇଁ ଏ ସବୁ ଅଞ୍ଚଳର ଚାଷୀମାନେ ଧାନ ବିଲରେ ପାଣି ବାନ୍ଧି ରଖିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।