Site icon UTKAL PRATIDIN

ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ, ରାଜ୍ୟରେ ଛେଚିବ ବର୍ଷା

249263-247387-120378-delhi-rain-reuters

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଗଭୀର ଅବପାତ । ଯାହା ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି ।ପୁରୀ ଠାରୁ ୭୦ ଗୋପାଳପୁର ଠାରୁ ୧୪୦ ପାରାଦୀପ ଠାରୁ ୧୬୦କିମି ଦୂରରେ ସୃଷ୍ଟି ହୋଇଛି ଏହି ଅବପାତ ।ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡିକୁ ସତର୍କ ସୂଚନା ଜାରି ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି। ତେବେ ଆଜି ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ସେଥିପାଇଁ ଆସନ୍ତା ୧୧ ପର୍ଯ୍ୟନ୍ତ ସମୁଦ୍ର ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

Exit mobile version