
ବିଜେଡି ନେତାଙ୍କୁ ଲାଗିଲା ବଡ ଝଟକା ।ମାତ୍ରାଧିକ ଖଣି ଉତ୍ତୋଳନ ତଥା ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ବେଣୁଧର ପ୍ରଧାନଙ୍କ ବିରୋଧରେ ନିଆଯାଇଛି ଏପରି କଡ଼ା ଆକ୍ସନ ।ବେଣୁଧରଙ୍କ ଉପରେ ନୟାଗଡ଼ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ତାଙ୍କ ବିରୋଧରେ ନିଆଯାଇଛି ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ।
ସମ୍ପୃକ୍ତ ଖଣିକୁ ବନ୍ଦ କରାଯିବା ସହ ବିଏନ୍ଏସ୍ଏସ୍ ଧାରା ୧୬୩ ଜାରି କରିଛି ଖଣି ବିଭାଗ। । ପଡ଼ିଛି ୨୪ କୋଟି ୨୧ ଲକ୍ଷ ଟଙ୍କାର ଫାଇନ୍ ।ବର୍ଷ ବର୍ଷ ଧରି ଏନେଇ ବେଣୁଧରଙ୍କ ନାମରେ ବାରମ୍ବାର ଅଭିଯୋଗ ପରେ ବି ବିଜେଡି କ୍ଷମତାରେ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା।
ଏଥିଯୋଗୁ ପାହାଡ଼ଟି ଲଣ୍ଡା ହେବାକୁ ବସିଥିବା ବେଳେ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତଥା ପରିବେଶ ସନ୍ତୁଳନ ବି ବିଗିଡ଼ି ଯିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଆଉ ଏବେ ନୂଆ ସରକାର ଆସିବା ପରେ ଆକ୍ସନ ନେଇଛି ଖଣି ବିଭାଗ।