କାର୍ତ୍ତିକ ପୂର୍ଣ୍ଣିମା ସାରିବା ପରେ ସଂକ୍ରାନ୍ତି ଯୋଗୁଁ ଆମିଷ ବଜାର ଫିକା ପଡିଥିଲା ।ଆଜି ରବିବାର ଥିବାରୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । କାର୍ତ୍ତିକରେ ମାସରେ ହବିଷ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି।ଆଜି ଦାମ ମଧ୍ୟ ପୂର୍ବାପେକ୍ଷା ଅଧିକ ରହିଛି ।
ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ବାରିପଦା ଦେଶୀ ଚିକେନ କେଜିକୁ ୫୫୦ ଟଙ୍କା ଥିବାବେଳେ ବ୍ରୟଲର ୨୪୦, ମଟନ ୮୦୦, ଖଇଙ୍ଗା ମାଛ ୫୦୦, କଳା ପାମ୍ପ୍ଲେଟ ୪୫୦, ରୂପ ଚାନ୍ଦି ୨୫୦, ପାମ୍ପ୍ଲେଟ ୧ ହଜାର, ବଡ଼ ଚିଙ୍ଗୁଡ଼ି ୫୫୦ ରହିଛି ।ସେହିପରି ବଡ଼ କଣ୍ଟାଲ ଚିଙ୍ଗୁଡ଼ି ୬୦୦ ଟଙ୍କା , ବଡ଼ କଙ୍କଡା ୩ ହଜାର ଟଙ୍କା, ଚିଲିକା ଗ୍ରୀନ କଙ୍କଡା ୨୨ଶହ, ରେଡ଼ କଙ୍କଡା ୮୫୦, ଭେକଟି ୫୫୦, ଟାଇଗର ବାଗଦା ଚିଙ୍ଗୁଡ଼ି ୧ ହଜାର, ନଈ ଚିଙ୍ଗୁଡ଼ି ୫୦୦ ଟଙ୍କା ରହିଛି । ଭାକୁର କେଜି ୨୦୦ ଟଙ୍କା, ରୋହି ୧୮୦, ଝୁଡୁଙ୍ଗ ମାଛ ୨୬୦, ସୁରୁଙ୍ଗି ୪୦୦ ଓ ମହୁରାଲି ୩୨୦ ଟଙ୍କା ରହିଛି ।