ଭୁବନେଶ୍ଵର: ପ୍ରକୃତି ଆମକୁ ଏତେ ସୁବିଧା ପ୍ରଦାନ କରିଛି ଯେ ଅଧିକାଂଶ ଲୋକ ଏହାର ଉପଯୋଗ କରିବା ଜାଣି ନାହାନ୍ତି। ଅଶ୍ବଗନ୍ଧା ଗଛର ଚେର ଏବଂ ନାରଙ୍ଗୀ-ଲାଲ ଫଳର ବ୍ୟବହାର ହଜାର ବର୍ଷରୁ ଔଷଧୀୟ ପ୍ରୟୋଜନ ପାଇଁ କରାଯାଉଛି। ଏହି ଜଡ଼ିବୁଟିକୁ ଭାରତୀୟ ଜିନସେଙ୍ଗ ଏବଂ ଓ୍ବିଣ୍ଟର ଚେରୀ ମଧ୍ୟ କୁହାଯାଇଥାଏ। ଅଶ୍ବଗନ୍ଧାର ଅର୍ଥ ‘ଘୋଡ଼ାର ଗନ୍ଧ’ ଯାହା ଏହାର ଚେରର ବିଶିଷ୍ଟ ଗନ୍ଧକୁ ଦର୍ଶାଇଥାଏ।
ଅଶ୍ବଗନ୍ଧା କୋଲେଷ୍ଟୋଲ୍ ସ୍ତରକୁ ନିୟନ୍ତ୍ରଣ କରିଥାଏ। ହୃଦୟର ମାଂସପେଶୀକୁ ମଜବୁତ କରିଥାଏ। ଅଶ୍ବଗନ୍ଧା ସେବନ କରିବା ଦ୍ବାରା ରକ୍ତ ପ୍ରବାହ ଠିକଭାବେ ହୋଇଥାଏ ଯାହା ଦ୍ବାରା ରକ୍ତ ଜମାଟ ବାନ୍ଧି ହୋଇନଥାଏ। ଏହା ଦ୍ବାରା ହୃଦରୋଗ ହୋଇନଥାଏ।
ଅଶ୍ବଗନ୍ଧା ପ୍ରାକୃତିକ ଔଷଧ ଭାବେ କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢ଼ିବା ପାଇଁ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଶ୍ବଗନ୍ଧା କ୍ୟାନସର ସୃଷ୍ଟି କରୁଥିବା କ୍ୟାନସର ସେଲସକୁ ବ୍ୟାପିବାକୁ ଦେଇ ନଥାଏ।
ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଜବୁତ କରିବାକୁ ଚାହୁଁଥିଲେ ଅଶ୍ବଗନ୍ଧା ବ୍ୟବହାର କରନ୍ତୁ। ଯଦି ଆପଣଙ୍କୁ ଆନିମିବ ରୋଗ ହୋଇଛି ତେବେ ଅଶ୍ବଗନ୍ଧା ଖାଇବା ଦ୍ବାରା ଏଥିରୁ ମୁକ୍ତି ମିଳିବ।
ଯଦି ଆପଣଙ୍କ କେଶ ଝଡ଼ୁଛି ତେବେ ଅଶ୍ବଗନ୍ଧା ଖାଆନ୍ତୁ। ଶରୀରରେ କୋର୍ଟିସୋଲର ସ୍ତର ବଢ଼ିଲେ କେଶ ଝଡ଼ିଥାଏ। ଅଶ୍ବଗନ୍ଧା ଶରୀରରେ କୋର୍ଟିସୋଲର ସ୍ତରକୁ କମ୍ କରିଥାଏ। ଯାହା ଦ୍ବାରା ବାଳ କମ୍ ଝଡ଼ିଥାଏ।

