Site icon UTKAL PRATIDIN

୧୨ ଥର ଗୁଳିମାଡ଼ ହୋଇଥିଲା, ତଥାପି ମୃତ୍ୟୁ ସହ ସଂଗ୍ରାମ କରି ଜିତିଲେ

4

ହମାସ-ଇସ୍ରାଏଲ ଯୁଦ୍ଧ ନେଇ ଚର୍ଚ୍ଚା ଥମିନି । ଅନେକ ଯୋଦ୍ଧାଙ୍କ କାହାଣୀ ମଧ୍ୟ ସାମ୍ନାକୁ ଆସିଛି । ଏ କାହାଣୀ ମଧ୍ୟ ସେମିତି। ଜଣେ ଇସ୍ରାଏଲର ମହିଳା ଯୋଦ୍ଧା, ଯିଏ ହମାସ ବିରୋଧରେ ଲଢେଇ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଉପରେ ୧୨ ଥର ଗୁଳିମାଡ଼ ହୋଇଥିଲା, ତଥାପି ମୃତ୍ୟୁ ସହ ସଂଗ୍ରାମ କଲେ ଆଉ ଜିତିଲେ।

ଅକ୍ଟୋବର ୭ ତାରିଖ ଦିନ ଇସ୍ରାଏଲ ଉପରକୁ ଅନ୍ଧାଧୂନ ରକେଟ୍‌ ମାଡ଼ କଲା ହମାସ। ୧୨୦୦ ଲୋକଙ୍କୁ ହତ୍ୟା କରିବା ସହ ସୀମାନ୍ତରେ ଚାଲୁଥିବା ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ଧସେଇ ପଶିଥିଲେ ହମାସ ଉଗ୍ରବାଦୀ ଗୋଷ୍ଠୀ। ଏହାପରେ ଜଣକୁ ଜଣ କରି ଗାଜାକୁ ଅପହରଣ କରିନେଇଥିଲେ। ଏହି ସମୟରେ ଭୟକୁ ଖାତିର ନକରି ବିଦ୍ରୋଦୀଙ୍କ ସହ ଲଢେଇ କରିଥିଲେ ଫାଷ୍ଟ ଲେପ୍ଟନାଣ୍ଟ ଏଡେନ୍‌ ରାମ୍। ସେ କହିଛନ୍ତି ଯେ ସେ ଗୋଟିଏ ରୁମ୍‌ରେ ୬ ଜଣ ସାଥୀ ସହ ବନ୍ଦୀ ହୋଇ ରହିଥିଲେ। ଏପରିକି ତାଙ୍କ ଗୋଡ଼ରେ ଗୁଳି ମଧ୍ୟ ବାଜିଥିଲା। ସବୁ ଜାଣି ବି କିଛି ପଦକ୍ଷେପ ନେବା ତାଙ୍କ ପାଇଁ ଅସମ୍ଭବ ଥିଲା। ତେବେ ଆଇଡିଏଫ ଟ୍ରୁପ୍‌ ପହଞ୍ଚିବା ପହଞ୍ଚିବା ନଯାଏ ତାଙ୍କ ଉପରେ ଗୁଳିମାଡ଼ ହୋଇସାରିଥିଲା।

ହମାସ ଉଗ୍ରବାଦୀ ମୃତ କି ଜୀବିତ ଯାଞ୍ଚ କରୁଥିଲେ। ସେହି ସମୟରେ ଗୁଳିମାଡ଼ରେ ଆଘାତ ହୋଇଥିବା ସହଯୋଗୀଙ୍କୁ ନିଶ୍ୱାସପ୍ରଶାସ ନନେବା ପାଇଁ କହିଥିଲେ। ଅକ୍ଟୋବର ୭ ତାଙ୍କ ପାଇଁ କୌଣସି ହରର୍‌ ମୁଭି ଠାରୁ କମ୍‌ ନଥିଲା ବୋଲି ସେ କହିଛନ୍ତି।

Exit mobile version