ଆଜିକାଲି ସମସ୍ତେ ମୋବାଇଲ ନିଶାରେ ବାୟା । ଅନ୍ ଡ୍ୟୁଟି ଥିବା ବେଳେ ଜେଲରେ ମୋବାଇଲ ବ୍ୟବହାର କରିବା ପଡ଼ିଲା ମହଙ୍ଗା ।କରଞ୍ଜିଆ ଉପକାରାଗାରରେ ଓ୍ବାର୍ଡର ସ୍ବାଗତ ରଥ ଓ କୃଷ୍ଣଚନ୍ଦ୍ର ମହାନ୍ତି ଉଭୟଙ୍କୁ ସସ୍ପେଣ୍ଡ ସହ ହେଡ୍ କ୍ୱାର୍ଟର୍ସର ପରିବର୍ତ୍ତନ ନିର୍ଦ୍ଦେଶ ଦେଇଛନ୍ତି ବାରିପଦା ସର୍କଲ ଜେଲ ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ।

ସମ୍ପୃକ୍ତ ୱାର୍ଡରଙ୍କୁ ନାଁରେ ଅଭିଯୋଗ ଥିଲା ଯେ, ଗତ ଅଗଷ୍ଟ ୩୦ ତାରିଖ ରାତ୍ର ସମୟରେ ଜେଲ୍ ଭିତରୁ ସହକାରୀ ସବ୍ ଜେଲର ୱାର୍ଡର ସ୍ବାଗତ ରଥଙ୍କ ଠାରୁ ମୋବାଇଲ୍ ଜବତ କରାଯାଇଥିଲା । ଗତ କିଛି ମାସ ହେବ କରଞ୍ଜିଆ ଉପକାରାଗାର ଭିତରେ ବ୍ୟାପକ ବିଶୃଙ୍ଖଳା ହେଉଥିବା ଅଭିଯୋଗ ହୋଇଆସୁଥିଲା ।ନିୟମ ଉଲଂଘନ ହେତୁ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ ।