
ଆଜି ଆରମ୍ଭ ହୋଇଛି ହରିୟାଣା ବିଧାନସଭା ନିର୍ବାଚନ ।ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ୯୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି ।ଏହି ନିର୍ବାଚନରେ ରାଜ୍ୟର ୨.୧ କୋଟି ଭୋଟର ସେମାନଙ୍କ ମତଦାନ କରିବେ। ଏଥିପାଇଁ ସମସ୍ତ ବୁଥ ପ୍ରସ୍ତୁତ ଅଛି। ସକାଳୁ ଭୋଟ ଦେବାକୁ ଲୋକଙ୍କ ଭିଡ଼ ଜମିଲାଣି।ମତଦାନ ନିମନ୍ତେ ୨୦,୬୨୯ଟି ମତଦାନ କେନ୍ଦ୍ର ଖୋଲାଯାଇଛି।
ଏହି ନିର୍ବାଚନରେ ବିଜେପି, କଂଗ୍ରେସ, ଆପ୍, ଆଇଏନଏଲଡି-ବିଏସ୍ପି, ଜେଜେପି-ଆଜାଦ ସମାଜ ପାର୍ଟି ନିଜର ପ୍ରାର୍ଥୀ ଦେଇଛନ୍ତି। ଅକ୍ଟୋବର ୮ରେ ହରିୟାଣା ସହିତ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ ଗଣତି ହେବ।ଏଥର ହରିୟାଣା ନିର୍ବାଚନରେ କିଏ ବାଜିମାତ କରୁଛି ତାହା ଦେଖିବା ବାକି ରହିଲା ।