ଭୁବନେଶ୍ଵର: କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମରୁ ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ପୋଲିସ । ମୃତକ ଙ୍କ ନାଁ ହେଉଛି ପ୍ରଭାତ ମହାନ୍ତି । କ୍ୟାପିଟାଲ ହସ୍ପିଟାଲର ଏକ୍ସରେ ବିଭାଗର ଆଟେଣ୍ଡାଣ୍ଟ ଭାବରେ କାମ କରନ୍ତି ପ୍ରଭାତ ।
ସୂଚନା ଅନୁସାରେ, ଗତକାଲି ପ୍ରଭାତଙ୍କ ରାତି ଡ୍ୟୁଟି ଥିଲା । ହେଲେ ଗୁରୁବାର ସକାଳୁ ଏକ୍ସରେ ରୁମ୍ରେ ପ୍ରଭାତଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଏକ୍ସରେ ବିଭାଗର ଅନ୍ୟ କର୍ମଚାରୀମାନେ। ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି। ଗୁରୁବାର ତାଙ୍କ ମୃତଦେହର ବ୍ୟବଚ୍ଛେଦ ହେବ। ତେବେ ପ୍ରଭାତ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ଚଳାଇଛି କ୍ୟାପିଟାଲ ଥାନା ପୋଲିସ।