Site icon UTKAL PRATIDIN

ପୁଲିସ୍‌ ଠିକ୍‌ ସମୟରେ ପଦକ୍ଷେପ ନେଇଥିଲେ, ମୋ’ ଝିଅ ଆଜି ବଞ୍ଚିଥାନ୍ତା

999

ଭୁୁବନେଶ୍ୱର: ୪ ମାସ ହେଲା ଅପହରଣ ହୋଇଥିଲା ନାବାଳିକା ଝିଅ। ଝିଅକୁ ଖୋଜି ଆଣିବାକୁ ବାରମ୍ବାର ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିଲେ ପରିବାର। ଶେଷରେ ଝିଅ ତ ଫେରିଲାନି, ମିଳିଲା ଝିଅର ମରିବା ଖବର। ଝିଅକୁ ହତ୍ୟା କରିବା ସହ ପୋଡ଼ି ପାଉଁଶ କରି ପକାଇଛନ୍ତି ଅପହରଣକାରୀ ଯୁବକ। ନିଜ ଝିଅ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଆଖିରୁ ଲୁହ ଗଡ଼ାଉଥିବା ବେଳେ ଏଥିପାଇଁ ପୁଲିସ୍‌ର ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି। ପୁଲିସ୍‌ ଠିକ୍‌ ସମୟରେ ପଦକ୍ଷେପ ନେଇଥିଲେ, ମୋ’ ଝିଅ ଆଜି ବଞ୍ଚିଥାନ୍ତା ବୋଲି କୋହଭରା କଣ୍ଠରେ କହିଛନ୍ତି ତାଙ୍କ ମା’।

ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ନିଆଳି ଥାନା ନିଉଭରଣ କୋଠମୂଳ ଗାଁରେ ଘଟିଛି। ନିଆଳି ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ନିକଟସ୍ଥ ନିଉଭରଣ କୋଠମୂଳ ଗ୍ରାମର ନଖିଆ ବେହେରାଙ୍କ ପୁଅ ପବିନା ବେହେରା ୪ ମାସ ତଳେ ଅପହରଣ କରି ଫେରାର ହୋଇ ଯାଇଥିଲେ। ନାବାଳିକାଙ୍କ ପରିବାର ଲୋକେ ନଖିଆ ବେହେରାଙ୍କ ଘରେ ବହୁ ଖୋଜାଖୋଜି କରି ବି ନିଜ ଝିଅ ଓ ପବିନାଙ୍କୁ ପାଇ ନ ଥିଲେ। ପବିନା ଉକ୍ତ ନାବାଳିକାଙ୍କୁ ବିବାହ କରିଥିଲା ବୋଲି ସେତେବେଳେ ଶୁଣିବାକୁ ମିଳିଥିଲା।

ଏନେଇ ନାବାଳିକାଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇ ଝିଅକୁ ଫେରାଇ ଆଣିବାକୁ ଗୁହାରି କରିଥିଲେ। ମାତ୍ର ଥାନା ଅଧିକାରୀ ନିଦାବିଷ୍ଣୁ ପାଲଟିଗଲେ। ନା ନାବାଳିକାଙ୍କୁ ଉଦ୍ଧାର କରିବାକୁ କୌଣସି ପଦକ୍ଷେପ ନେଲେ ନା ପବିନାଙ୍କୁ ପରିବାରକୁ ପଚରାଉଚରା କଲେ। ପୁଲିସ ନିଷ୍କ୍ରିୟତା ଫଳରେ ନାବାଳିକାଙ୍କ ସହ ଫେରାର ହୋଇ ଯାଇଥିବା ପବିନା କିଛି ଦିନ ହେବ ଆସି ନିଜ ଘରେ ରହୁଥିଲେ। ଏହା ଜାଣି ବି ପୁଲିସ୍‌ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।

Exit mobile version