Site icon UTKAL PRATIDIN

ଆଜିଠୁ ଜିଆର୍‌ଏପି-୪ କଟକଣା ଲାଗୁ, ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ

delhi

ଦିଲ୍ଲୀବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି ବାୟୁ ପ୍ରଦୂଷଣ ।ଗତ ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୮୧ ପାର୍ କରିଛି । ପ୍ରଦୂଷଣରେ ଧୂଆଁ ଧୂଆଁ ହୋଇଛି ଏନସିଆର୍ ଆକାଶ । ନିଶ୍ବାସ ନେବା ଲୋକଙ୍କ ପକ୍ଷେ ମୁସ୍କିଲ୍ ହୋଇଛି । କୁହୁଡି ପାଇଁ ଇଣ୍ଡିରାଗାନ୍ଧି ଏୟାରପୋର୍ଟରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।ମୁକାବିଲା ପାଇଁ ଆଜିଠୁ ଜିଆର୍‌ଏପି-୪ କଟକଣା ଲାଗୁ ହୋଇଛି। ଆଜିଠାରୁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଅଫ୍‌ଲାଇନ ମୋଡ୍‌ରେ ଖୋଲିବ। ଅନ୍ୟ ସମସ୍ତ ଶ୍ରେଣୀ ପାଇ ଅନଲାଇନରେ ପାଠପଢ଼ା ହେବ।

ସୋସିଆଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ସୋମବାରଠାରୁ ଜିଆର୍‌ଏପି-୪ ଲାଗୁ ହେବା ସହିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଛାତ୍ରଙ୍କ ପାଇଁ ଅଫଲାଇନ୍‌ କ୍ଲାସ୍‌ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଅନ୍‌ଲାଇନ୍‌ କ୍ଲାସ କରିବେ।

କ୍ରମାଗତ ୫ମ ଦିନରେ ଦିଲ୍ଲୀର ପ୍ରଦୂଷଣସ୍ତର ବିପଜ୍ଜନକ ସ୍ତରରେ ରହିଥିବା ବେଳେ ଦିଲ୍ଲୀ ସରକାର ଏହି ଘୋଷଣା କରିଛନ୍ତି। ଫେଜ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ ଜିଆରଏପିର ଚତୁର୍ଥ ପର୍ଯ୍ୟାୟରେ ଦିଲ୍ଲୀ-ନ୍ୟାଶନାଲ କ୍ୟାପିଟାଲ ରିଜିଅନ ଏନ୍‌ସିଆର୍‌ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଆୟୋଗ ଲାଗୁ ହେବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି।

Exit mobile version