Site icon UTKAL PRATIDIN

ଜାତୀୟତା ଦ୍ଵନ୍ଦ ଭିତରେ ଭାରତର ଡିଜିଟାଲ୍ ଷ୍ଟ୍ରାଇକ୍, ବନ୍ଦ ହେଲା ପାକିସ୍ତାନର ୟୁଟ୍ୟୁବ୍

pakistan-youtube-ban_650_020915121447

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ବଡ ଆକ୍ସନ ନେଉଛି ଭାରତ । ସିନ୍ଧୁ ନଦୀ ପାଣି ବନ୍ଦ କରିବା ପରେ ଏବେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ । ଭାରତରେ ପାକିସ୍ତାନ୍ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରିଦିଆଯାଇଛି । ପହଲଗାମ୍ ଅତଙ୍କୀ ଅକ୍ରମଣ ପରେ ଏହା ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ ।

ସୂଚନା ଅନୁସାରେ, ସରକାରୀ ସୂତ୍ର ଅନୁଯାୟୀ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଏବଂ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ ପାଇଁ ଭାରତରେ ମୋଟ ୬୩ ମିଲିୟନ୍‌ ସବସ୍କ୍ରାଇବର୍ ସହିତ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସରେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ନିଷିଦ୍ଧ କରାଯାଇଛି। ଶୋଏବ ଅଖତର, ଆର୍‌ଜୁ କାଜ୍‌ମୀ, ସୟଦ ମୁଜାମ୍ମିଲ ଶାହ ଭଳି ଚ୍ୟାନେଲ ବ୍ୟାନ କରାଯାଇଛି। ସେହିପରି ସମା ଟିଭି, ଏରି ନ୍ୟୁଜ୍‌, ଜିଇଓ ନ୍ୟୁଜ୍‌, ଡନ୍‌ ନ୍ୟୁଜ୍‌ ଚାନେଲ ବ୍ୟାନ୍‌ କରାଯାଇଛି। ମିଥ୍ୟା ଖବର ପ୍ରସାରଣ କରିବା ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ତେବେ କହିରଖୁଛୁ ଯେ, ପୁର୍ବରୁ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ‘ଏକ୍ସ’ ବନ୍ଦ କରିଥିଲା ଭାରତ । 

Exit mobile version