ଗୋରୁ ଚୋରା ଚାଲାଣ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ । ଗୋ-ଚାଲାଣ ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେଇଥିବାବେଳେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଗୋ-ସୁରକ୍ଷା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ଗୋ-ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ ସ୍ଥିର ହୋଇଛି। ଉପମୁଖ୍ୟମନ୍ତ୍ରୀ ଓ ୫ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନେଇ କମିଟି ଗଠନ କରାଯାଇଛି। ପୁଲିସ ଡିଜି ମଧ୍ୟ ଗୋ ସୁରକ୍ଷା କମିଟିରେ ସାମିଲ ଅଛନ୍ତି।
ବେଆଇନ ଗୋରୁ ଚାଲାଣ ବନ୍ଦ ପାଇଁ କମିଟି ଗଠନ କଲେ ସରକାର
