Site icon UTKAL PRATIDIN

ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶକୁ ଯାତ୍ରା କରିବେ ଗୋପୀଚାନ୍ଦ ଥୋଟାକୁରା

indian-750x430-1

ଭୁବନେଶ୍ଵର: ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା।  ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ସେ ମହାକାଶକୁ ଯାତ୍ରା କରିବେ । ଯାହାକୁ ନେଇ ଗୋପିନାଥ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଗୋପୀଚାନ୍ଦ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍‌ କମ୍ପାନୀ ବ୍ଲୁ ଅରିଜିନର ନ୍ୟୁ ଶେଫର -୨୫ (ଏନ୍ଏସ୍-୨୫) ମିଶନ୍ ପାଇଁ ଚାଳକ ଦଳ ଭାବେ ମହାକାଶକୁ ଯାତ୍ରା କରିବେ। ସେ କେବେ ମହାକାଶକୁ ଯାତ୍ରା କରିବେ , ତାହା ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

କିନ୍ତୁ ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ। ଗୋପି ହେଉଛନ୍ତି ଜଣେ ପାଇଲଟ ଏବଂ ଏଭିଏଟର୍। ସେ ଗାଡି ଚଳାଇବା ପୂର୍ବରୁ ବିମାନ ଚଳାଇବା ଶିଖିଥିଲେ। ନିକଟରେ ସେ ମାଉଣ୍ଟ କିଲିମଞ୍ଜାରୋ ଶିଖରକୁ ମଧ୍ୟ ଯାଇଥିଲେ ।

ତେବେ ମହାକାଶ ମିଶନ ପାଇଁ ଚୟନ ହେବା ପରେ ଗୋପୀ କହିଛନ୍ତି ବ୍ଲୁ ଅରିଜିନର ଟ୍ୟାଗଲାଇନ୍ ହେଉଛି ପୃଥିବୀର ଲାଭ ପାଇଁ ଏବଂ ପୃଥିବୀର ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍। ଏହି ଯାତ୍ରା ପାଇଁ ୬ ଜଣଙ୍କୁ ବଛା ଯାଇଥିବାବେଳେ ଗୋପୀ ସେମାନଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ସେ ବେଶ୍ ଗର୍ବ ଅନୁଭବ କରୁଛନ୍ତି। ଭାରତୀୟ ବାୟୁସେନାର ପୂର୍ବତନ ପାଇଲଟ୍ ଓ୍ବିଙ୍ଗ କମାଣ୍ଡର ରାକେଶ ଶର୍ମା ୧୯୮୪ ମସିହାରେ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ଥିଲେ।

Exit mobile version