Site icon UTKAL PRATIDIN

ସାମ୍ବାଦିକଙ୍କ ପାଇଁ ଆସିଲା ଖୁସି ଖବର

Different-Types-of-Journalism-and-which-courses-other-than-mass-media-can-be-pursued-with-Journalism-1200x675

ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ମୂଳପିଣ୍ଡ ।ସମାଜର ସ୍ଥିତି ସୁଧାରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି ସାମ୍ବାଦିକ ।ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାର ଅବଧି ବୃଦ୍ଧି ପାଇଛି ।ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି।ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ଥିଲା। ତେଣୁ ରାଜ୍ୟ ସରକାର ଏହାକୁ ଆଉ ଏକ ବର୍ଷ ନିମନ୍ତେ ବୃଦ୍ଧି କରିଛନ୍ତି ।ତେଣୁ ଗତ ବର୍ଷର ତାଲିକା ଚଳିତ ବର୍ଷ ମଧ୍ୟ କାର୍ଯ୍ୟ କରିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି।।

ବିଧାନସଭାରେ ଗତ ୨୨ ତାରିଖରେ ଉଠିଥିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରସଙ୍ଗ ।ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଏନେଇ ଗୃହରେ ପ୍ରଶ୍ନ କରିଥିଲେ।ଅନ୍ୟପଟେ ପଚାରିଥିଲେ ଯେ, ରାଜ୍ୟର ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାର ସମୟ ଅବଧି ଅଗଷ୍ଟ ୩୧ ତାରିଖରେ ଶେଷ ହେଉଛି। ପ୍ରତିବର୍ଷ ଜୁନ୍ ବା ଜୁଲାଇ ମାସରୁ ଏହାର ନବୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଥାଏ। ଆଉ ଚଳିତ ବର୍ଷ ଏହି ପ୍ରକ୍ରିୟା ଆରମ୍ଭ ହେଲାଣି କି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ଏହି ସ୍ୱାସ୍ଥ୍ୟବୀମା ଯୋଜନାକୁ ସରକାର ଚାଲୁ ରଖିବେ ନା ବନ୍ଦ କରିଦେବେ ବୋଲି ସେ ପ୍ରଶ୍ନ କରିଥିଲେ। ଯାହାର ଜବାବ ରଖିଥିଲେ ମଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଏନେଇ ଘୋଷଣା କରାଯାଇଛି।

Exit mobile version