
ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର ।ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ। ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି।
ଚାଉଳ ସହ ଗହମ ଦିଆଯିବ ବୋଲି ବିଧାନସଭାରେ ମନ୍ତ୍ରୀ କହିଥିଲେ।ବିଜେଡି ସରକରା ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ ବୋଲି ସେ ପ୍ରତିକ୍ରିୟାରେ କହିବା ସହ ପୁଣିଥରେ ପୂର୍ବଭଳି ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।