ଜାଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ପାଇଁ ଖୁସି ଖବର ।ସମସ୍ତ ଭକ୍ତଙ୍କୁ ମାଗଣାରେ ବଣ୍ଟାଯିବ ମହାପ୍ରସାଦ ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର ।ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ।ଶ୍ରୀକ୍ଷେତ୍ର ପ୍ରଶାସନ ପକ୍ଷରୁ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରଥ ସେବା ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ସୂଚନା ପ୍ରଦାନ କରିଥିଲେ ।
ଆହୁରି ମଧ୍ୟ ଆଇନମନ୍ତ୍ରୀ ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଏହାର ମରାମତି ନେଇ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇସାରିଛି। ଯଥାଶୀଘ୍ର ରତ୍ନଭଣ୍ଡାର ସିନ୍ଧୁକ ଭିତର ସ୍ଥାନାନ୍ତରଣ ସହ ମରାମତି କାର୍ଯ୍ୟ ଓ ଗଣତି ଆରମ୍ଭ ହେବ।ଜଗନ୍ନାଥ ମନ୍ଦିରର ସମ୍ପୂର୍ଣ୍ଣ ନୀତିକାନ୍ତି, ବ୍ୟବସ୍ଥାବଳୀ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଭକ୍ତଙ୍କୁ ତଥ୍ୟ ଦିଆଯିବ।