Site icon UTKAL PRATIDIN

ହାଇସ୍କୁଲ ଶିକ୍ଷକଙ୍କ ପାଇଁ ଖୁସି ଖବର,ଘର ନିର୍ମାଣ କଲେ ମିଳିବ ଟଙ୍କା

TEACHER

ରାଜ୍ୟସରକାର ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି ।ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଆଜି ଖୁସି ଖବର ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ମିଳିବ ଅଗ୍ରୀମ ଟଙ୍କା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଡିଇଓଙ୍କୁ ଚିଠି। ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ମିଳିବ ଅଗ୍ରୀମ ଟଙ୍କା। ଏସବୁ ପାଇଁ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଶିକ୍ଷକ ତଥ୍ୟ ଦେବେ। ଜମିର ମୂଲ୍ୟ ଓ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ। ସେହିପରି ପୁରୁଣା ଜମିରେ ନୂଆ କୋଠା କରିବା ପାଇଁ ମଧ୍ୟ ଅର୍ଥ ମିଳିବ। ଯଦି ଜଣେ ହାଇସ୍କୁଲ ଶିକ୍ଷକ କୋଠା କିଣିବା ପାଇଁ ଚାହୁଁଛନ୍ତି ତାହାଲେ ମଧ୍ୟ ଅଗ୍ରୀମ ଅର୍ଥ ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ହୋଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶାଳୟ ଚିଠି ଲେଖିଛନ୍ତି।

Exit mobile version