Site icon UTKAL PRATIDIN

ଚୈତ୍ର ନବରାତ୍ରୀରୁ ଏହି ୪ ରାଶିଙ୍କର ଆରମ୍ଭ ହେବ ଭଲ ସମୟ, ରହିବ ମା’ ଦୁର୍ଗାଙ୍କ କୃପା

ci1-1633769364

ଭୁବନେଶ୍ବର: ମାର୍ଚ୍ଚ ୩୦ ଅର୍ଥାତ୍ ଆଜିଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହେଉଛି। ମା’ଏଥର ହାତୀ ବାହାନରେ ଆସିବେ। ଶାସ୍ତ୍ରାନୁସାରେ ଦେବୀଙ୍କ ହାତୀ ପାଲିଙ୍କିକୁ ବହୁତ ଶୁଭ ବୋଲି କୁହାଯାଏ। ଏହି ନବରାତ୍ରୀରେ ଅମୃତ ସିଦ୍ଧି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ପଡୁଛି । ତେଣୁ ଏହି ୯ ଦିନ ଅତ୍ୟନ୍ତ ଶୁଭ । ଏଥିସହ ମା’ ଦୁର୍ଗାଙ୍କ ବିଶେଷ କୃପା ଏହି ୪ ରାଶିଙ୍କ ପଡୁଥିବାରୁ ସେମାନଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି ।

କର୍କଟ: ନବରାତ୍ରୀର ୯ ଦିନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ଏହି ସମୟରେ ଆପଣଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ହେବ। ମା’ ଦୁର୍ଗାଙ୍କ କୃପାରୁ ଆପଣଙ୍କୁ କର୍ମରେ ସଫଳତା ମିଳିବ। ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । କ୍ୟାରିଅରରେ ବେଶ୍‌ ଉନ୍ନତି ଆସିବ ଓ ଆର୍ଥିକ ସ୍ଥିତି ସୁଧୁରିବ ।

ତୁଳା: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ଚୈତ୍ର ନବରାତ୍ରୀ ବେଶ୍‌ ଶୁଭଦାୟକ ହେବ। ଚାକିରୀ ଏବଂ ବ୍ୟବସାୟରେ ଉନ୍ନତି ଆସିବ । ପରିବାରରେ କୌଣସି ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବାର ସମ୍ଭାବନା ରହିଛି। ମା’ ଦୁର୍ଗାଙ୍କ କୃପାରୁ ପ୍ରଗତି ଏବଂ ସମୃଦ୍ଧି ଜୀବନରେ ଆସିବ ।

ମକର : ଚୈତ୍ର ନବରାତ୍ରୀ ମକର ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ଭାବେ ଲାଭଦାୟକ ହେବ। ଏହି ରାଶିର ବ୍ୟକ୍ତି ବଶେଷଙ୍କ ଆତ୍ମବିଶ୍ୱାସ ବଢିବ ଏବଂ ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡିକ ସଠିକ୍ ସାବ୍ୟସ୍ତ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ପରିଶ୍ରମକୁ ପ୍ରଶଂସା ମିଳିବ । ଜବ୍ ଖୋଜୁଥିଲେ ଜବ୍ ମିଳିବାର ସମ୍ଭାବନା ରହିଛି । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଓ ବିଶେଷ ଫଳ ପ୍ରାପ୍ତିର ସମ୍ଭାବନା ରହିଛି।

କନ୍ୟା: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଶୁଭ ସମୟ ଆସୁଛି। କ୍ୟାରିୟର ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ମା’ ଦୁର୍ଗାଙ୍କ କୃପାରୁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଏହି ସମୟରେ ପରିବାର ଏବଂ ସାଙ୍ଗସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ । ସାମାଜିକ ସ୍ଥିତିରେ ଉନ୍ନତି ଆସିବ।

Exit mobile version