Site icon UTKAL PRATIDIN

ଦୂର ହେବ ଦୈତ୍ବ ନଗରୀ ରାସ୍ତା, ଦଶହରା ପୂର୍ବରୁ ମରାମତି ସାରିବାକୁ ନିର୍ଦ୍ଦେଶ

k-750x430

ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ଅଧୀନସ୍ଥ ପୂର୍ତ୍ତ ବିଭାଗର ରାସ୍ତାଗୁଡ଼ିକୁ ଅକ୍ଟୋବର ୫ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କଟକରେ ୧୯୭ କିମି ରାସ୍ତାରୁ ୮୦ କିମି ରାସ୍ତାର ମରାମତି ଆବଶ୍ୟକ ରହିଛି l ସେଥିରୁ ୭୦ କିମି ରାସ୍ତା ସାମାନ୍ୟ ମରାମତି ହେବାକୁ ଥିବା ବେଳେ ୯.୫୯ କିମି ରାସ୍ତାର ବ୍ୟାପକ ମରାମତି ଆବଶ୍ୟକ l

Exit mobile version