Site icon UTKAL PRATIDIN

ତଳମୁହାଁ ସୁନା ଦର, ଖୁବଶୀଘ୍ର ୫୫ ଛୁଇଁବ ମୁଲ୍ୟ

gold

ଭୁବନେଶ୍ୱର: ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଥିଲା ସୁନା ଦର। ଏମିତିକି ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରୁଥିଲେ ଗ୍ରାହକ। କିନ୍ତୁ ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ଦ୍ଧିତ ସୁନା ଓ ରୂପା ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ଦର ୧୬ ଶହ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍‌ ସୁନା ୧୭୪୦ ଟଙ୍କା ଶସ୍ତା ହୋଇଛି ।

ଗତ ଦୁଇ ଦିନ ତଳେ ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୧,୬୪୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮୦ ଟଙ୍କା ହ୍ରାସ ପାଇବା ସହ ୯୦,୬୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୦୦ ଟଙ୍କା ହ୍ରାସ ଘଟି ୮୩,୧୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୩୧୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୬,୪୮୦ ଟଙ୍କା ରହିଛି । ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୯,୦୬୬ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୨,୫୨୮ ଟଙ୍କା ରହିଛି ।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୮୩ ,୧୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୩୧୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୬,୪୮୦ ଟଙ୍କା ରହିଛି । ଏହା ଛଡା ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି । ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୧୦୩ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୮୨୪ ଟଙ୍କା, ୧୦୦ ଗ୍ରାମ୍ ପିଛା ୧୦,୩୦୦ ଓ ୧ କେଜି ପିଛା ୧,୦୩,୦୦୦ ଟଙ୍କା ରହିଛି ।

ବିଶେଷଜ୍ଞଙ୍କ ଅନୁମାନ ଆଗାମୀ ଦିନରେ ସୁନା ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଏପରି ହେଲେ ସୁନା ପୁଣି ମଧ୍ୟବର୍ଗ କିଣିବା ସମ୍ଭବ ହୋଇପାରିବ। ଗତ ବର୍ଷକ ମଧ୍ୟରେ ସୁନା ଦର ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ହେଲେ ଆଗାମୀ ଦିନରେ ସୁନା ଦରରେ ଭୟଙ୍କର ହ୍ରାସ ହେବାର ସମ୍ଭାବନା ରହିଛି। ଏହି ହ୍ରାସ ୩୮ ପ୍ରତିଶତରୁ ବି ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି। ଏପରି କିଛି ହେଲେ ସୁନା କିଣୁଥିବା ଲୋକଙ୍କର ଲାଭ ହୋଇପାରେ।

Exit mobile version