Site icon UTKAL PRATIDIN

ରେକର୍ଡ ଭାଙ୍ଗିଲା ସୁନା ଦର

Gold-Price3

ଆଗକୁ ଆସୁଛି ପାର୍ବଣ ଋତୁ ।ପାର୍ବଣ ଋତୁରେ ଗ୍ରାହକଙ୍କୁ ବଡ ଝଟକା ଦେଇଛି ସୁନା ଦର । ଭାରତରେ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରିଛି ।ଆଗକୁ ବିବାହ ଋତୁ ଓ ଦିପାବଳି ଆସୁଥିବା ବେଳେ ସୁନା ଦର ଗ୍ରାହକଙ୍କୁ ଚିନ୍ତାରେ ପକେଇଦେଇଛି ।ସୁନାର ଦାମ୍‌ ଗତ ସେସନ୍‌ରେ ୧% ଅଧିକ ବଢ଼ିବା ପରେ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି।

ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ମୂଲ୍ୟ ୦.୩% ବୃଦ୍ଧି ହୋଇ ଏକ ଆଉନ୍ସ ପିଛା ୨୬୬୫ ଡଲାରରୁ ଅଧିକ ରହିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୭୫ ହଜାର ୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୭୧ ହଜାର ରହିଛି। ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି।

Exit mobile version