Site icon UTKAL PRATIDIN

ସୁନା ଦରରେ ଲାଗୁନି ବ୍ରେକ, ଧନତେରାସରେ ସର୍ବାଧିକ ବିକ୍ରି ହେଲା

gold-750x419

ଦିନକୁ ଦିନ ସୁନାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ସୁନା ଦର ବୃଦ୍ଧି ପାଇଥିଲେ ମଧ୍ୟ ଧନତେରସ୍‌ରେ ୧୯୦ କୋଟିରୁ ଅଧିକ ଟଙ୍କାର ସୁନା ବିକ୍ରି ହୋଇଛି ଏବଂ ରେକର୍ଡ ଭାଙ୍ଗିଛି । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୬,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୧ ହଜାର ୯୩୦ ଟଙ୍କା ରହିଛି।

ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି।ସୁନାର ଏହି ଦର ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।ସୁନା ଦର ଯେତେ ବୃଦ୍ଧି ପାଉଥିଲେ ମଧ୍ୟ ଧନତେରାସରେ ସୁନା ଦୋକାନରେ ସେତେ ମାତ୍ରାରେ ଭିଡ ଦେଖିବାକୁ ମିଳିଛି ।

ଧନତେରସ୍‌ରେ ରାଜ୍ୟରେ ପ୍ରାୟ ୧୯୦ କୋଟିରୁ ଅଧିକ ଟଙ୍କାର ସୁନା, ରୂପା ଏବଂ ହୀରା ଆଦି ଗହଣା ବିକ୍ରି ହୋଇଥିବା ଜଣାପଡିଛି। ଗତବର୍ଷ ୧୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବେପାର ହୋଇଥିବା ବେଳେ ଚଳିତ ବର୍ଷ ବଜାର ସ୍ବାଭାବିକ ଥିବାରୁ ପ୍ରାୟ ୩୦ପ୍ରତିଶତ ବ୍ୟବସାୟ ବୃଦ୍ଧି ପାଇଛି।

Exit mobile version