
ନୂଆଦିଲ୍ଲୀ: ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ତିନିଜଣ ଛାତ୍ରଙ୍କ ମୃତ୍ୟୁକୁ ନେଇ ବିବାଦ ଥମିନି | ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଖବର | ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ଆଉଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି | ପୁରୁଣା ରାଜେନ୍ଦ୍ର ନଗରରେ ଏକ ଭଡା ଘରେ ରହି ସେ ପ୍ରସ୍ତୁତି କରୁଥିଲେ |
୨୧ ବର୍ଷୀୟା ଏହି ଛାତ୍ରୀଙ୍କ ନାଁ ଅଞ୍ଜଳି ଓ ତାଙ୍କ ଘର ମହାରାଷ୍ଟ୍ରରେ | ଅଞ୍ଜଳି ମାନସିକ ଅବସାଦଗ୍ରସ୍ତ ହୋଇ ଏପରି ପଦକ୍ଷେପ ନେଇଛନ୍ତି | ମୃତ୍ୟୁପୂର୍ବରୁ ସେ ଏକ ନୋଟ ଛାଡି ଯାଇଛନ୍ତି | ଏଥିରେ ସେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ପିଲାମାନେ କିପରି ଚାପରେ ରହୁଛନ୍ତି, ଦୈନନ୍ଦିନ ଜୀବନରେ କିପରି କଷ୍ଟକୁ ସାମ୍ନା କରୁଛନ୍ତି ସେ ବିଷୟରେ ଲେଖିଛନ୍ତି |
ସେ ମାନସିକ ଚାପରେ ରହୁଥିଲେ | ଚେଷ୍ଟାକରି ବି ଏଥିରୁ ବାହାରି ପାରୁ ନଥିଲେ | ସେଥିପାଇଁ ସେ ଏପରି ଉଦ୍ୟମ କରିଥିବା ସୁଇସାଇଡ ନୋଟରେ ଲେଖିଛନ୍ତି | ନୋଟରେ ଏକ ହସିବା ଚିତ୍ର ବି ଅଙ୍କିଛନ୍ତି | ତାଙ୍କର ପିଜି ରେଂଟ ବି ବଢ଼ାଇ ଦିଅ ଯାଇଥିଲା | ଏହାକୁ ନେଇ ବି ସେ ଚିନ୍ତାରେ ରହୁଥିଲେ ଓ ପିଜି ଛାଡିବା ନେଇ ତାଙ୍କ ସାଙ୍ଗକୁ କହୁଥିଲେ | ରାଜେନ୍ଦ୍ର ନଗର ପୋଲିସ ଘଟଣା ବିଷୟରେ ଛାନଭିନ କରୁଛି |